ଓଡ଼ିଶା

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସଂପଦ ମନ୍ତ୍ରୀଙ୍କ ସମୀକ୍ଷା

ଜଳସଂପଦ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା । ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ବଢୁଥିବା ଜଳପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସମୀକ୍ଷା କରିଛନ୍ତି  । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଓ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହିଥିଲେ । ବନ୍ୟା ପରିପ୍ରେକ୍ଷୀରେ  ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିବା ନେଇ ଆଲୋଚନା କରିଛନ୍ତି ।  ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା ରହିଛି । ଗାଲୁଡ଼ିହ ବ୍ୟାରେଜର ୧୬ ଗେଟ୍ ଖୋଲି ଦେଇଛି ଝାଡ଼ଖଣ୍ଡ। ପୂର୍ବରୁ ୧୪ ଗେଟ୍ ଖୋଲିଥିଲା । ଏବେ ଆଉ ୨ ଟି ଗେଟ୍ ଖୋଲି ଦେଇଛି ଝାଡଖଣ୍ଡ । ଯାହାଫଳରେ ପାଣି ଘେରରେ ବାଲେଶ୍ଵର ଜିଲ୍ଲାର ଅନେକ ତଳିଆ ଅଞ୍ଚଳ ରହିଛି । ଖାସ୍‌ କରି ଜଳକା ଓ ବୁଢ଼ାବଳଙ୍ଗର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com