ଅନ୍ୟାନ୍ୟ

ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲର ପରୀକ୍ଷଣ ସଫଳ

ଚାନ୍ଦିପୁର,  ୨୩/୦୮/୨୦୨୨-   ସମୁଦ୍ର ମଝିରେ ଭାରତୀୟ ନୌସେନାର ଜାହାଜରୁ ମଙ୍ଗଳବାର କରାଯାଇଥିବା ସର୍ଟ ରେଞ୍ଜ ମିସାଇଲ ପରୀକ୍ଷଣ ସଫଳ ହୋଇଛି । ଭାରତୀୟ ନୌସେନା ଓ ଡିଆରଡିଓ ପକ୍ଷରୁ ଏହି ମିସାଇଲ୍‌ ପ୍ରସ୍ତୁତ କରାଯାଇଛି । ଏହି ମିସାଇଲରେ ଇଣ୍ଡିଜିନିଅସ୍ ରେଡିଓ ଫ୍ରିକ୍ୱେନ୍ସି ଖୋଜିବା ସହ ଟାର୍ଗେଟକୁ  ସଠିକ୍ ଭାବେ ଭେଦ କରିବାର ସମର୍ଥ ରହିଛି । ଭୂ-ପୃଷ୍ଠରୁ ଆକାଶ ମାର୍ଗକୁ  ବିନା କୌଣସି ଅସୁବିଧାରେ ସଫଳ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି ଏହି ମିସାଇଲ୍‌ ।  ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com