ଓଡ଼ିଶାଜାତୀୟରାଜନୀତି

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୨୬/୦୮/୨୦୨୨-   ଓଡିଶାକୁ ଧାର୍ଯ୍ୟ ସମୟରେ ଚାହିଦା ମୁତାବକ ଏମଓପି ଓ ଡିଏପି ସାର ମିଳିନାହିଁ । ଚାଷୀମାନେ ସାର ନପାଇ କଳା ବଜାରୀରେ ଶିକାର ହେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଚିଠି ଲେଖିଛନ୍ତି ।

ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ୍ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍ ମିଳିଥିବା ନେଇ କେନ୍ଦ୍ର ସରକାରଙ୍କୁ ଚିଠିରେ ଦର୍ଶାଯାଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଚଳିତବର୍ଷ ଫସଲ ପାଇଁ ପାଣିପାଗ ଅନୁକୂଳ ରହିଛି । ତେଣୁ ଅଗଷ୍ଟ ଓ ସେପ୍ଟେମ୍ବରରେ ଏମଓପି ଓ ଡିଏପି ସାରର ଅଧିକ ଆବଶ୍ୟକତା ପଡିବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ  ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com