ବାଣିଜ୍ୟ

ନାମଲେଖା ହୋଇ ନ ପାରିବାରୁ ସ୍କୁଲ ଆଗରେ ଚଣା ମୁଢ଼ି ବିକିଲେ ଛାତ୍ର

ବ୍ରହ୍ମପୁର, ୨୭/୦୮/୨୦୨୨-  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାରୁ ବଞ୍ଚିତ ହୋଇ ବିଦ୍ୟାଳୟ ସମ୍ମଖରେ ଚଣା, ମୁଢ଼ି ଚକଲେଟ ବିକିଲେ ଷଷ୍ଠ ଶ୍ରେଣୀର ଛାତ୍ର । ଏହି ଛାତ୍ର ଜଣକ ହେଉଛନ୍ତି କୁମାରୀ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ ଶିବ ଶଙ୍କର ପଣ୍ଡା ।

ଆଡ଼ମିସନ କରେଇଦେବାକୁ କହି ପ୍ରଧାନ ଶିକ୍ଷୟତ୍ରୀ ୪ ରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଲେ  ହେଲେ ଟଙ୍କା ନ ଦେବାରୁ ଆଡ଼ମିସନରୁ ବଞ୍ଚିତ ହେଲେ । ଏହା ପରେ ବିଦ୍ୟାଳୟ ସମ୍ମଖରେ ବସି ଚଣା ମୁଢ଼ି ବିକ୍ରି କରିଛି ବୋଲି କହିଛନ୍ତି ଶିବଙ୍କ ବାପା କୃଷ୍ଣଚନ୍ଦ୍ର ପଣ୍ଡା ।

ଏହି ଘଟଣା ପରେ  ପ୍ରଧାନ ଶିକ୍ଷୟତ୍ରୀଙ୍କ ଵିରୋଧରେ ଏକାଧିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଟଏଲେଟ ସଫା କରିବା ଠାରୁ ନେଇ ବିଦ୍ୟାଳୟର ପ୍ରତ୍ୟେକ କାମରେ ପିଲାମାନଙ୍କୁ ନିୟୋଜିତ କରାଯିବା ସହ କାମ ନ କଲେ ମାଡ଼ ମରା ଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

କୃଷ୍ଣ ଚନ୍ଦ୍ର ୧୩ ତାରିଖରେ ବିଦ୍ୟାଳୟକୁ ଆସିନଥିଲେ ବରଂ ଗତ ଶୁକ୍ରବାର ଆସି ନିଜ ଅଭିଯୋଗ ଜଣାଇଥିଲେ । ତଥାପି କିଭଳି ତାଙ୍କ ନାମ ଲେଖାଯାଇ ପାରିବ ସେ ନେଇ ଚେଷ୍ଟା କରାଯାଉଥିବା ବେଳେ କୃଷ୍ଣଙ୍କ ଦେଖା ମିଳୁନଥିବା କହି ସଫେଇ ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି.ଶାନ୍ତିଲତା ପାତ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com