Featuredଜାତୀୟରାଜନୀତି

ଅକ୍ଟୋବର ୧୭ରେ ହେବ ଏଆଇସିସି ସଭାପତି ପଦ ପାଇଁ ନିର୍ବାଚନ

ନୂଆଦିଲ୍ଲୀ, ୨୯/୦୮/୨୦୨୨-   ଅକ୍ଟୋବର ୧୭ରେ ହେବ ଏଆଇସିସି ସଭାପତି ପଦ ପାଇଁ ନିର୍ବାଚନ । ଗାନ୍ଧୀ ପରିବାର ଭିତରୁ ନା ଅଣଗାନ୍ଧି ଏହି ଗୁରୁଦାୟିତ୍ୱ  ସମ୍ଭାଳିବେ ତାକୁ ନେଇ ଜୋରଦାର ଚର୍ଚ୍ଚା । ସଭାପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯିବ । ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବା ସହିତ  ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ରଖାଯାଇଛି । କଂଗ୍ରେସ ୱାର୍କିଂ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି ।

ପରବର୍ତ୍ତୀ ସଭାପତି ନିର୍ବାଚନ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସୋନିଆ ଗାନ୍ଧୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେ ଏବେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଗସ୍ତରେ ଅଛନ୍ତି । ତାଙ୍କ ସହ ପୁଅ  ରାହୁଲ ଏବଂ ଝିଅ ପ୍ରିୟଙ୍କା ମଧ୍ୟ ଯାଇଛନ୍ତି । ଏହି ବୈଠକରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପୂର୍ବ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଏବଂ ପି. ଚିଦମ୍ବରମଙ୍କ ସମେତ ଅନେକ  ପ୍ରମୁଖ ନେତା ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com