ଶ୍ରୀଗଣେଶଙ୍କୁ ବାଲୁକା କଳାରେ ଭକ୍ତି ନୈବେଦ୍ୟ

ପୁରୀ, ୩୧/୦୮/୨୦୨୨- ଆଜି ଶ୍ରୀଗଣେଶଙ୍କ ପୂଜା ରେ ସମସ୍ତେ ନିଜ ନିଜ ତରିକାରେ ଗଜାନନଙ୍କ ପାଖରେ ନିଜକୁ ସମର୍ପି ଦେବା ସହିତ ଭକ୍ତି କରୁଛନ୍ତି। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ନିଜ କଳା ମାଧ୍ୟମରେ ଗଜାନନଙ୍କୁ ଭକ୍ତି ବାଢିଛନ୍ତି।ସାରା ଦେଶ ଆଜି ତାଙ୍କ ଆରାଧନାରେ ବ୍ୟସ୍ତ। ସମସ୍ତେ ନିଜ ନିଜ ତରିକାରେ ଗଜାନନଙ୍କ ପାଖରେ ନିଜକୁ ସମର୍ପି ଦେବା ସହିତ ଭକ୍ତି କରୁଛନ୍ତି।ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ, ଗଣେଶ ପୂଜା ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମରେ ,ପ୍ରଭୁ ଗଜାନନଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି।
ପ୍ରଭୁ ଗଣେଶ ବିଘ୍ନହର୍ତା ରୂପେ, ସର୍ବତ୍ର ପୂଜା ପାଆନ୍ତି। ସାରା ପୃଥିବୀରୁ ବିଘ୍ନ ଦୂର କରି, ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟରେ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ,ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏବେ ବିଶ୍ୱରେ ଯୁଦ୍ଧର ବାତାବରଣ ସୃଷ୍ଟିହୋଇଛି। ସମସ୍ତ ଦେଶ ମଧ୍ୟରେ, ବନ୍ଧୁତ୍ୱର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ,ଏହା ପ୍ରଭୁ ଗଣେଶଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ, ଏଥିରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବାକୁ, ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ “World Peace” ର ବାର୍ତ୍ତା ଦେଇଛନ୍ତି।