ଓଡ଼ିଶା
ବୁଧବାର ବଲାଙ୍ଗୀରର ମା’ ପାଟଣେଶ୍ଵରୀଙ୍କ ସହ ସମସ୍ତ ମନ୍ଦିରକୁ ଯିବ ପାହୁର
![](https://i0.wp.com/odia.mobilenews24x7.com/wp-content/uploads/2022/08/nuakhai-pahur-e1661929034616.jpg?resize=470%2C400&ssl=1)
ବଲାଙ୍ଗୀର, ୩୧/୦୮/୨୦୨୨ – ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡିଶା । ରାତି ପାହିଲେ ନୂଆଖାଇ । ନୂଆଖାଇ ଲଗ୍ନ ଧାର୍ଯ୍ୟ ପରେ ନୂଆଖାଇ ପୂର୍ବଦିନ ଇଷ୍ଟ ଦେବାଦେବୀଙ୍କ ପାଖକୁ ଯାଇଥାଏ ପାହୁର । ଲଗ୍ନ ଧାର୍ଯ୍ୟହେବା ପରେ ରାଜା ରାଜୁଡା ଶାସନ ସମୟରେ ପୁର୍ବରୁ ରାଜ ପରିବାରରୁ ନୂଆଖାଇ ପାଇଁ ନୂଆ ଧାନ, ଚାଉଳ, ପନିପରିବା, ଡାଲି, ନୂଆ ବସ୍ତ୍ର, ଅଳଙ୍କାର, ନୂତନ ଛତ୍ର ଓ ପତାକା ସମସ୍ତ ସାମଗ୍ରୀ ମହା ଆଡମ୍ବରରେ ମନ୍ଦିର ଗୁଡିକୁ ଦେଉଥିଲେ ।
ଏବେ ଏହା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଯାଉଛି । କାହିଁ କେଉଁ କାଳରୁ ଚାଲିଆସୁଛି ଏ ପାହୁର ପଦ୍ଧତି । ରୁଗୁଡିପଡା କୋଶଲି ସାଂସ୍କୃତିକ ସଂଘ ପକ୍ଷରୁ ୧୯୯୧ ମସିହାରୁ ବେଶ ଧୁମଧାମରେ ଆୟୋଜିତ ହୋଇଆସୁଛି ଏହି ପାହୁର ଯାତ୍ରା । ବୁଧବାର ବଲାଙ୍ଗୀର ସହରରେ ଥିବା ମା ପାଟଣେଶ୍ଵରୀ ଓ ମା ସମଲେଶ୍ଵରୀଙ୍କ ସହ ସହରର ସମସ୍ତ ମନ୍ଦିରକୁ ଯିବ ପାହୁର । ନୂଆଁଖାଇ ସାମଗ୍ରୀକୁ ପାହୁର କୁହାଯାଏ ।