ଅନ୍ୟାନ୍ୟ

ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ, ୦୮/୧୨/୨୦୨୨ –  ପ୍ରଦୂଷଣ ବଢିବାରୁ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଦିଲ୍ଲୀ ସରକାର ରୋକ ଲଗାଇଛନ୍ତି । ଏଥିସହ ସମସ୍ତ ବିଏସ 3 ଡିଜେଲ ଗାଡି ଓ ବିଏସ 4 ପେଟ୍ରୋଲ ଗାଡି ଚଳାଚଳକୁ ବନ୍ଦ କରାଯାଇଛି । ମାତ୍ର କେଇ ଦିନ ବ୍ୟବଧାନ ପରେ ଦିଲ୍ଲୀରେ ପୁଣି ବଢିଛି ବାୟୁ ପ୍ରଦୂଷଣ । ଗତ ୬ଦିନ ହେବ ଦିଲ୍ଲୀର ବାୟୁ ଗୁଣବତ୍ତା ବେଶ ଖରାପ ସ୍ଥିତିରେ ରହିଛି । ଏପରିକି ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିବା ସମ୍ଭାବନା ନାହିଁ ।

ବୁଧବାର ଏଠାକାର ବାୟୁ ମାନ ସୂଚକାଙ୍କ ୩୫୬ ରହିଥିଲା । ଶୁକ୍ରବାର ଠାରୁ କିଛି ଦିନ ଏଠାକାର ସ୍ଥିତି ଆହୁରି ବିଗିଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଦିଲ୍ଲୀର ଆର.କେ ପୁରମ, ପଂଜାବୀ ବାଗ, ହେରଚ ନଗର, ଜାହାଙ୍ଗୀରପୁର, ରୋହିଣୀ, ଦ୍ୱାରାକା, ମୁଣ୍ଡକା ଆଦି ସବୁଠୁ ଅଧିକ ପ୍ରଦୁଷିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଏପରି ସ୍ଥିତିରେ ଯାନବାହନ ଚଳାଚଳା ଉପରେ କଟକଣା ଲଗା ଯାଇଛି । ଏଭଳିକି ବଡ ବଡ ଅଟାଳିକା ଭାଙ୍ଗିବା କାର୍ଯ୍ୟକୁ ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com