ଜାତୀୟ

ଶନିବାରଠାରୁ ଆରମ୍ଭ ହେବ ଜ୍ଞାନବ୍ୟାପୀ ମସଜିଦର ସର୍ଭେ କାର୍ଯ୍ୟ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦରେ ସର୍ଭେ କାମ ଶନିବାରଠୁ ଆରମ୍ଭ ହେବ । ମୁସଲିମ ପକ୍ଷଙ୍କ ସହ ବୈଠକ ପରେ ଏନେଇ ଜିଲ୍ଲାପାଳ କୌଶଲ ରାଜ ସୂଚନା ଦେଇଛନ୍ତି । ସର୍ଭେ ବେଳେ କମିଶନଙ୍କ ଜଣେ ଆଇନଜୀବୀ ଉପସ୍ଥିତ ରହିବେ । ଏନେଇ ସମସ୍ତ ପକ୍ଷ ସହ ଆଲୋଚନା ହୋଇଛି । ତେବେ ଏହାପୂର୍ବରୁ ମସଜିଦର ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଁଚିଛି । ବାରଣାସୀର ଅଞ୍ଜୁମନ ଏ ଇନ୍ତଜାମିଆ କମିଟି ସର୍ଭେ ରୋକିବା ପାଇଁ ଆବେଦନ କରିଛି । ତେବେ ସୁପ୍ରିମକୋର୍ଟ ଏହା ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ମାମଲା ଦେଖିବା ପରେ ଶୁଣାଣି କରିବେ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com