ଓଡ଼ିଶା

ପୁରୀ ଗୋବର୍ଦ୍ଧନ ପୀଠ ପରିଷଦର ଆନ୍ତର୍ଜାତୀୟ ମାର୍ଗଦର୍ଶକଙ୍କ ବ୍ରହ୍ମପୁର ଗସ୍ତ ନେଇ ପ୍ରସ୍ତୁତି

ବ୍ରହ୍ମପୁର, ୦୮/୦୯/୨୦୨୨-    ପୁରୀ ଗୋବର୍ଦ୍ଧନ ପୀଠ ପରିଷଦ ଅନ୍ତଃରାଷ୍ଟ୍ରୀୟ ମାର୍ଗଦର୍ଶକ  ହୃଷିକେଶ ବ୍ରହ୍ମଚାରୀଙ୍କ  ବ୍ରହ୍ମପୁର ଆଗମନ ଏବଂ ଦକ୍ଷିଣ ବିଭାଗ ପ୍ରବାସ ଉପଲକ୍ଷେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୂଜ୍ୟ ପାଦ ଜଗତଗୁରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଆହ୍ଵାନ କ୍ରମେ ସମଗ୍ର ଦେଶରେ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ସହଯୋଗରେ ଯେଉଁ ବିରାଟ ଧାର୍ମିକ ଅଭିଯାନ ଆରମ୍ଭ ହେବାକୁ ଯାଉଛି ତାହାର ପ୍ରସ୍ତୁତି ଓ ରୂପାନ୍ତରଣ ନେଇ ବିସ୍ତୃତ ଆଲୋଚନା ହେଇଥିଲା ।

ଏହି ଅଭିଯାନ ମାଧ୍ୟମରେ ଧର୍ମର ସୁରକ୍ଷା, ଗୋ ବଂଶ ସୁରକ୍ଷା, ମଠ ମନ୍ଦିର ସୁରକ୍ଷା, ବୃକ୍ଷ ରୋପଣ ଏବଂ ସମସ୍ତ ସନାତନୀ ଭାରତୀୟଙ୍କୁ ସଂଗଠିତ କରାଇବା ଏହି ଅଭିଯାନର ଲକ୍ଷ୍ୟ । ଆଗାମୀ ତା ୦୯/୦୯/୨୦୨୨ ରେ ଗୋଷଣିନୁଆଗାଁ ଉତ୍ତରେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ସାଂଗଠନିକ ସଂସ୍କାର ବୈଠକ ସହ ହୃଷୀକେଶ ବ୍ରହ୍ମଚାରୀ ମହାଦୟୋଙ୍କ ଉପସ୍ଥିତିରେ ଧର୍ମ ସଭା ଓ ଆଶ୍ରି ବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କଞ୍ଚୁର ଜଗନ୍ନାଥ ମଠାଧୀଶ ମହନ୍ତ, ହରିହର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବହୁ ସାଧୁ ସନ୍ଥ, ହିନ୍ଦୁ ସଂଗଠନ ଏବଂ ବୁଦ୍ଧିଜୀବି ଯୋଗ ଦେବେ ।

ଏହି ବୈଠକରେ ଆଦିତ୍ୟ ବାହିନୀ ରାଷ୍ଟ୍ରୀୟ ମାର୍ଗଦର୍ଶକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ପ୍ରାନ୍ତୀୟ ସହ ସଚିବ ପ୍ରତାପ ଭାରତୀୟ ଭାଇ,  ତ୍ରୀପତି ମହାନ୍ତି, ସଚିବ ଉମା ଶଙ୍କର ପାଣି, ଜଗଦୀଶ ମିଶ୍ର, ରାୟଗଡ଼ା ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ଦେବବ୍ରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com