ଅନ୍ତର୍ଜାତୀୟରାଜନୀତି

ଭାରତ ଓ ଜାପାନ ମନ୍ତ୍ରୀଙ୍କ ମଧ୍ୟରେ ଟୁ ପ୍ଲସ୍ ଟୁ ଆଲୋଚନା

ନୂଆଦିଲ୍ଲୀ ; ୦୮।୦୯ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଜାପାନରେ ଟୁ ପ୍ଲସ ଟୁ ବୈଠକରେ ଯୋଗ ଦେଇଛନ୍ତି । ଜାପାନର ବୈଦେଶିକ ମନ୍ତ୍ରୀ ହୟାଶୀ ୟୋଶିମାସା ଏବଂ ଜାପାନର ରକ୍ଷା ମନ୍ତ୍ରୀ ହମଦା ୟାସୁକାଜୁଙ୍କ ସହ ଦ୍ୱିତୀୟ ଭାରତ-ଜାପାନ ଟୁ ପ୍ଲସ ଟୁ ବୈଠକ କରିଛନ୍ତି । ନିୟମ ଆଧାରିତ ବୈଶ୍ୱିକ ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରି, କ୍ଷେତ୍ରୀୟ ଅଖଣ୍ଡତାକୁ ଉଭୟ ଦେଶ ସମ୍ମାନ ଜଣାଇଛନ୍ତି। ଏପରି ପରିସ୍ଥିତିକୁ ଏକତରଫା ନ କରି ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ବିଦେଶ ମନ୍ତ୍ରଣାଳୟ କହିଛି, ମନ୍ତ୍ରୀମାନେ ଦ୍ୱିପାକ୍ଷିକ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗରେ ୨୦୧୯ ନଭେମ୍ୱର ବୈଠକ ପରେ ହୋଇଥିବା ପ୍ରଗତି ଉପରେ ଖୁସି ବ୍ୟକ୍ତ କରିଛନ୍ତି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଦୁଇ ଦେଶ ମଧ୍ୟରେ ବହୁସ୍ତରୀୟ ସମ୍ୱାଦର ମହତ୍ୱକୁ ସ୍ୱୀକାର କରି, ଜାତିସଂଘର କାର୍ଯ୍ୟକୁ ମଜଭୁତ କରିବା ଦୃଷ୍ଟିରେ ସୁରକ୍ଷା ପରିଷଦରେ ସୁଧାର ଉପରେ ସମ୍ୱାଦ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com