Breaking NewsFeaturedଓଡ଼ିଶା

ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ନଥିଲେ ତଣ୍ଡ ଗଣିବେ ୧୦ ହଜାର ଟଙ୍କା

କଡ଼ାକଡ଼ି ହେଲା ଯାଞ୍ଚ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆପଣ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଲଗାଇ ନାହାନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ଜୁନ୍ ୨୩ ପରେ ଆପଣଙ୍କ ଗାଡ଼ି ରାସ୍ତାରେ ଗଡ଼ି ପାରିବ ନାହିଁ । ଆଉ ଯଦି ଆପଣ ଆଇ ସିକ୍ୟୁରିଟି ନମ୍ବର ବିନା କୌଣସି ଗାଡ଼ି ଚଲାଉଛନ୍ତି ତେବେ ୫ ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବା ସହ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଜୋରିମାନା ଇ-ଚାଲାଣ ଜରିଆରେ ଆପଣଙ୍କଠାରୁ ଆଦାୟ କରାଯିବ । ତେବେ ଅମାନିଆ ମାନଙ୍କୁ ଧରିବା ସହ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିନଥିବା ଗାଡ଼ି ଗୁଡ଼ିକୁ ଚିହ୍‌ନଯ କରିବା ପାିଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ । ତେବେ ଜୁନ୍ ୨୩ରୁ ଏଭଳି ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନ୍‌ଫୋର୍ସମେଣ୍ଟ ଲାଲ୍ ମୋହନ ସେଠୀ । ଏଥବ ସହିତ ସେ କହିଛନ୍ତି ଯେ ଜୁନ୍ ୭ ସୁଦ୍ଧା ୪୦ ଲକ୍ଷ ୯୩ ହଜାର ୬୦୮ ଟି ସ୍ଲଟ୍ ବୁକ୍ ହୋଇଥିବା ବେଳେ ସେତବରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯାଇଛି । ତେବେ ମୋଟର ଭେଇକିଲ ଆକ୍ଟ ୧୯୮୮ ଧାରା ୧୯୨ ଅଧୀନରେ ଯେଉଁ ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିବ ତା ଉପରେ ଚାଲାଣ କଟାଯିବ । ଏଣୁ ସବୁ ଗାନି ମାଲିକଭ୍‌କୁ ଯଥା ଶୀଘ୍ର ହାିସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com