ଓଡ଼ିଶା

ଦୁଇ ବର୍ଷ ପରେ ପୁରୀରେ ହବିଷ୍ୟାଳିଙ୍କ ପାଇଁ ଶିବିର

ପବିତ୍ର କାର୍ତ୍ତିକ ବ୍ରତ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦୀର୍ଘ ଦୁଇ ବର୍ଷ ପରେ ପୁଣି ହବିଷ୍ୟାଳିଙ୍କ ପାଇଁ ଶିବିରର ବ୍ୟବସ୍ଥା କରାଯାଉଛି । ରାଈଦାମୋଦର ବ୍ରତ  ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ହବିଷ୍ୟାଳିଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପଞ୍ଜିକରଣ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଛି । ଆଗ୍ରହୀ ହବିଷ୍ୟାଳିମାନେ ଆସନ୍ତା ୧୩ ତାରିଖ ଠାରୁ ସେପ୍ଟେମ୍ବର ୨୯ ତାରିଖ ମଧ୍ୟରେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ କରିପାରିବେ । ଏଥିସହ ହ୍ବାଟସ୍ ‌ଆପ ନମ୍ବର ୯୪୩୭୩୩୩୮୨୩ରେ ମଧ୍ୟ ପଞ୍ଜିକରଣ କରିପାରିବେ ବୋଲି ପୁରୀ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com