ଓଡ଼ିଶା

ନବ ନିର୍ବାଚିତ ସମବାୟ ସଭାପତିଙ୍କୁ ଗରିବ ଲୋକଙ୍କ ସେବା ପାଇଁ ପରାମର୍ଶ ଦେଲେ – ବିରେନ୍ଦ୍ର ଆରୁଖ

ବ୍ରହ୍ମପୁର,୨୧/୦୭/୨୦୨୨- କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ବାଇଗଣ ବାଡି ସମବାୟ ସମିତି ତରଫରୁ ନବ ନିର୍ବାଚିତ ସମବାୟ ସମିତି ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ନିର୍ବାଚନ କମିଟିର ସଭ୍ୟ ବିରେନ୍ଦ୍ର ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ପୂର୍ବତନ ଵିଡିଏ ଅଧକ୍ଷ ସୁବାଷ ମହାରଣା, ବରିଷ୍ଠ ସମବାୟବିତ୍ ତଥା ରାଜ୍ୟ ନିର୍ବାଚନ କମିଟି ସଭ୍ୟ ସୁଧୀର ରାଉତ, ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ତଥା ବ୍ଲକ୍ ବିଜେଡ଼ି ସଭାପତି ସନ୍ତୋଷ କୁମାର ଚୌଧୁରୀ ଯୋଗଦେଇ ସମସ୍ତ ନବ ନିର୍ବାଚିତ ସଭାପତି ଏବଂ ନିର୍ଦ୍ଦେଶକ ସମେତ ଉପ ସଭାପତି ସରସ୍ଵତୀ ବିଷୋୟୀଙ୍କୁ ସମ୍ବର୍ଦ୍ଦିତ କରିବା ସହ ଗ୍ରାମର ସଭ୍ୟମାନଙ୍କୁ ଋଣ ପ୍ରଦାନ, ଋଣ ଛାଡ, ସବସିଡି ପ୍ରଦାନ, ଚାଷୀ ଉପକରଣ ଋଣ ଦେବା ସହ ବିହନ ଏବଂ ସାର ଯୋଗାଣ କରିବା କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଆଲୋଚନା କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଂହଳା ସମତି ସଭାପତି ତରୁଣ କୁମାର ପାତ୍ର, ବୋରିଗାଁ ସମିତି ସଭାପତି ସୁରେଶ ଚନ୍ଦ୍ର ସାହୁ, ମହିହାଖାଲି ସମିତି ସଭାପତି ସୁରେଶ ଚନ୍ଦ୍ର ସେଠୀ, ଆମ୍ବଗଡ଼ ସମିତି ସଭାପତି କାହ୍ନୁଚରଣ ପାତ୍ର, ରୋହିଗାଁ ସମିତି ସଭାପତି ଦିବାକର ଜେନା, ମହୁରୀ କାଳୁଆ ସମିତି ସଭାପତି ଟେନ୍ ମଲିକ୍, କୁକୁଡ଼ାଖଣ୍ଡି ସମିତି ସଭାପତି ଶିବରାମ ପାତ୍ର, ହୁଗୁଳାପାଟା ସମିତି ସଭାପତି ଭଗବାନ ସ୍ୱାଇଁ, ଯୋଗିଆପଲ୍ଲୀ ସମିତି ସଭାପତି କେ. ସନ୍ତୋଷ ପାତ୍ର, ସୁକୁଣ୍ଡା ସମିତି ସଭାପତି କାମେଶ୍ୱର୍ ବିଶ୍ଵାଳ, ଅଣତେଈ ସମିତି ସଭାପତି ଲଳିତା ପାତ୍ର, ଗୁରୁଣ୍ଠି ସମବାୟ ସମିତି ସଭାପତି ରିତାରାଣି ନାୟକ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନିର୍ବାଚନ କମିଟି ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ, କୁକୁଡ଼ାଖଣ୍ଡି ନିର୍ଦ୍ଦେଶକ ଭବାନୀ ଶଙ୍କର ବିଶ୍ଵାଳ, ବ୍ଲକ୍ ଅଧକ୍ଷ କାମେକ୍ଷା ପ୍ରାସାଦ ପାତ୍ର, ସମବାୟବିତ୍ ପୂର୍ଣ୍ଣ ଚନ୍ଦ୍ର ନାୟକ, ଗୋବିନ୍ଦ ଚନ୍ଦ୍ର ଗୌଡ, କେ.ମଣି ବାବୁ, ଖଲି ରେଡ୍ଡୀ ପ୍ରମୁଖ ଉପସ୍ଥିତଥିବା ବେଳେ ନବ ନିର୍ବାଚିତ ନିର୍ଦେଶକ ତଥା ବରିଷ୍ଠ ବିଜେଡି ନେତା ରଜିତ ପାତ୍ର, ଭବାନୀ ଶଙ୍କର ବିଷୋୟୀ, ମିନତୀ ମହାନ୍ତି, ଗାୟତ୍ରୀ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com