ସ୍ୱାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୨,୩୬୪ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ୍-୧୯ର ନୂଆ ମାମଲାରେ ୨୯.୨ ପ୍ରତିଶତ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୩୬୪ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୮୨ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଭାରତରେ ବର୍ତ୍ତମାନ ୧୫,୪୧୯ ସକ୍ରିୟ ରୋଗୀ ଅଛନ୍ତି। କରୋନାରୁ ସୁସ୍ଥ ମୋଟ ଲୋକଙ୍କ ସଂଖ୍ୟା ୪,୨୫,୮୯,୮୪୧ ରେ ପହଞ୍ଚିଛି। ଦେଶରେ କୋଭିଡ୍-୧୯ରୁ ବର୍ତ୍ତମାନ ସୁଦ୍ଧା ମୋଟ ୫,୨୪,୩୦୩ ଲୋକଙ୍କ ମୃତ୍ୟୁ ହୋଇଛି।

ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ଅଧୀନରେ ଗତ ୨୪ ଘଣ୍ଟାରେ ଆଉ ୧୩,୭୧,୬୦୩ ଲୋକଙ୍କୁ ଟିକା ଦିଆଯାଇଛି । ଏଯାବତ୍ ଭାରତରେ ମୋଟ ୧୯୧,୭୯,୯୬,୯୦୫ ଟିକା ଡୋଜ୍ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com