ମନୋରଞ୍ଜନ

ନଗ୍ନ ଫଟୋସୁଟକୁ ନେଇ ବଢିଛି ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଅଡୁଆ

ନଗ୍ନ ଫଟୋସୁଟକୁ ନେଇ ବଢିଛି ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଅଡୁଆ  ମୁମ୍ବାଇରେ ରଣବୀରଙ୍କ ନଗ୍ନ ଫଟୋକୁ ନେଇ ଏଫଆଇଆର ରୁଜୁ ହେଇଛି । ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି । ରଣବୀରଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୨, ୨୯୪ରେ ମାମଲା ରୁଜୁ କରାଯାଇଛି । ତା ସହିତ ଆଇଟି ଆକ୍ଟର ସେକ୍ସନ ୬୭ ଏ ଆଧାରରେ ମଧ୍ୟ ତାଙ୍କ ନାଁରେ କେସ୍ ରୁଜୁ ହୋଇଛି । ଗୋଟିଏ ଏନଜିଓ ଚଲାଉଥିବା ଲଲିତ ଶ୍ୟାମ ନାମକ ବ୍ୟକ୍ତି ରଣବୀରଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ତାଙ୍କ ଅଭିଯୋଗ ଏହା ଅଛି ଯେ, ରଣବୀରଙ୍କ ନଗ୍ନ ଫଟୋ ଦେଖିବା ପରେ ମହିଳାଙ୍କ ମନରେ ଲଜ୍ଜ୍ୟା ଅନୁଭବ ହେବ । ତେଣୁ ଏହି ସବୁ ଫଟୋକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ସେ ଦାବି କରିଛନ୍ତି । ସୋମବାର ଏହି ଘଟଣାରେ ଅଭିଯୋଗ ହେବା ପରେ ମଙ୍ଗଳବାର ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି । ଓକିଲଙ୍କ କହିବା ମୁତାବକ ଆଇପିସି ଧାରା ୨୯୨ ଅନୁସାରେ ରଣବୀରଙ୍କୁ ୫ ବର୍ଷ ଓ ଧାରା ୨୯୩ ଅନୁସାରେ ୩ ବର୍ଷ ପାଇଁ ଜେଲ୍ ହୋଇପାରେ । ତା ସହିତ ଧାରା ୬୭ ଏ ଅନୁସାରେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com