ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତିସ୍ୱାସ୍ଥ୍ୟ

 କଣମଣା ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ବ୍ରହ୍ମପୁର, ୧୫/୦୯/୨୦୨୨-   ଗୋପାଳପୁର ବନ୍ଦର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଶାଖା ଅଧୀନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର କଣମଣା ପଞ୍ଚାୟତର ଡୁବୁରୀ ଛକଠାରେ ଉଦ୍‌ଘାଟନ କରାଯାଇଛି । ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.ଜେ. ରାଓ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଗୋପାଳପୁର ବନ୍ଦରର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଥିଲେ ଯେ, ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଗୋପାଳପୁର ବନ୍ଦର ସର୍ବଦା ବଦ୍ଧ ପରିକର ।

ସେହିପରି ଉପସଭାପତି ଅଜୟ କୁମାର ମିଶ୍ର କହିଥିଲେ ଯେ, ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସବୁ ବୟସ ବର୍ଗର ଲୋକେ ଉପକୃତ ହେବେ । ଏହି ସୁବିଧାର ସଦ୍‌ ଉପଯୋଗ କରିବା ପାଇଁ  ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ରୋଗ, ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ,  ଏବଂ ସାଧାରଣ ଚିକିତ୍ସା ବିଭାଗର ଦକ୍ଷ- ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ପରୀକ୍ଷା ଓ ପରାମର୍ଶ ଇତ୍ୟାଦି ବିନା ମୂଲ୍ୟରେ ଜନସାଧାରଣମାନେ ପାଇପାରିବେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ ଏବଂ ବନ୍ଦର ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com