ଓଡ଼ିଶାଶିକ୍ଷା

କୁରୁଞ୍ଜିପୁର ଜନସାଧାରଣଙ୍କ ଓଡ଼ଖଣ୍ଡ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦାବି ପତ୍ର

ବାଲିପାଟଣା, ୧୬/୦୯/୨୦୨୨-   ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର ଓଡ଼ଖଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ବିଭିନ୍ନ ସମସ୍ୟା ନେଇ ଜନସାଧାରଣ ଦାବି ପତ୍ର ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ମାଗଣାରେ ନାମ ଲେଖାଇବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ତତ୍ ସହିତ ମହାବିଦ୍ୟାଳୟର ଗଭର୍ନିଂ ବଡ଼ି କମିଟି ଶୀଘ୍ର ଗଠନ କରିବା ନେଇ ଦାବି କରିଥିଲେ ।

ଏହି ମହାବିଦ୍ୟାଳୟ ଆଖପାଖରେ ଥିବା ୧୫୩,୧୫୪,୧୫୫ ଗୋଚର ଜମିକୁ ନ ନେଇ ଆଉ କୋଉ ଜମିକୁ ନେଲେ ଏହି ସ୍ଥାନରେ ଏକ ଗୋଶାଳା ନିର୍ମାଣ କରିବା ନେଇ ଅଞ୍ଚଳ ବାସୀ ଦାବି କରିଥିଲେ । ବୁଦ୍ଧନାଥ ବାରକଙ୍କ ନେତୃତ୍ୱରେ ଏହି ଦାବି ପତ୍ର ପ୍ରଦାନ ସମୟରେ ଅମୂଲ୍ୟ ମହାରଣା, ସୁକାନ୍ତ ଜେନା, କୌଳାଶ ସେଠି ଏବଂ ଛବି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com