ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଜାକ ଜମକରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ୱକର୍ମା

ଭୁବନେଶ୍ୱର, ୧୭/୦୯/୨୦୨୨ – ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉପଲକ୍ଷେ ଗାଁ ଠୁ ସହର ସବୁଆଡେ ଉତ୍ସବ ମୁଖର । ଏଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ଏବଂ ଶିଳ୍ପ ସମୃଦ୍ଧ ସହର ଯଥା- ଅନୁଗୁଳ , ତାଳଚେର, ପାରାଦ୍ୱୀପ, ଝାରସୁଗୁଡା, ରାଉରକେଲା, ଜଟଣୀ ଆଦି ସ୍ଥାନରେ ବେଶ୍ ଜାକଜମକରେ ପୂଜା ଅନୁଷ୍ଠିତ ହେଉଛି । ହୋମ ଏବଂ ବେଦ ପାଠ ସହିତ ବିଶ୍ୱକର୍ମାଙ୍କ ଆବାହନ କରାଯାଇଛି ।

ଚଳିତବର୍ଷ ନାଲକୋ ନଗରରେ ୧୭ଟି ପୂଜା ମଣ୍ଡପରେ ହେଉଛି । କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁ ମଣ୍ଡପରେ ପୌରାଣିକ କଥାବସ୍ତୁକୁ ନେଇ ମୂର୍ତ୍ତି ନିର୍ମାଣ ହୋଇଛି । ସେହିପରି ବ୍ରହ୍ମପୁର ଆଇଟିଆଇରେ ମଧ୍ୟ ଛାତ୍ରଛାତ୍ରୀମାନେ ତିଆରି କରିଛନ୍ତି ଦେବଶିଳ୍ପୀଙ୍କ ଏକ ନିଆରା ମୂର୍ତ୍ତି । ଯେଉଁଠି ମୁଣ୍ଡିଆ ମାରିଲେ ଆଶୀର୍ବାଦ ଦେଉଛନ୍ତି ବିଶ୍ୱକର୍ମା ।

କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଦେବଶିଳ୍ପୀଙ୍କ ଆରାଧନା ହୋଇ ପାରିନଥିଲା । ଏଥର ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ସାଙ୍ଗକୁ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ପୂଜା ମଣ୍ଡପ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com