ଓଡ଼ିଶା

ଇଫକୋ ଏବଂ ଜିଲ୍ଲା ସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୯/୦୯/୨୦୨୨ –  ଇଫକୋ ଏବଂ ଜିଲ୍ଲା ସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ୩୩ଟି କୃଷି ବିଜ୍ଞାନ କେନ୍ଦ୍ରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଇଫକୋର ୧୮ ଜଣ କ୍ଷେତ୍ର ଅଧିକାରୀ ଏବଂ ସାର ବିକ୍ରି ସହାୟକମାନେ ଏହାକୁ ପରିଚଳନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ, କୃଷି ବିଶେଷଜ୍ଞ, ଏବଂ ବ୍ଲକ ସ୍ଥରୀୟ କୃଷି ଅଧିକାରୀମାନେ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ।

ଇଫକୋର ରାଜ୍ୟ ବିପଣନ ପ୍ରବନ୍ଧକ ସୌରଭ କୁମାର ଚାଟାର୍ଜୀ ଓ କ୍ଷେତ୍ର ପ୍ରବନ୍ଧକ ସୁବାଷ କୁମାର ଜେନା ଯଥାକ୍ରମେ ଖୋର୍ଦ୍ଧା ଏବଂ ପୁରୀ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗ ଦେଇ କୃଷକମାନଙ୍କର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ପୋଷଣ ଅଭିଯାନ ନେଇ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପୋଷଣ ମାସ ପାଳନର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଏବଂ ଉପକାରିତା ସମ୍ୱନ୍ଧରେ ମଧ୍ୟ ଭାଷଣ ଦେଇଥିଲେ । ଏହା ସହିତ ଖାଦ୍ୟ ନିରାପତ୍ତା, ସୁଷମ ଖାଦ୍ୟ ଏବଂ ପାକଶାଳା  ପ୍ରସ୍ତୁତି ସମ୍ପର୍କରେ ବୁଝାଇଥିଲେ । ଇଫକୋର କ୍ଷେତ୍ର ଅଧିକାରୀମାନେ ଇଫକୋର ନାନୋ ୟୁରିଆ, ଜଳ ଦ୍ରବଣୀୟ ସାର, ଜୈବିକ ସାର ଭଳି ଉତ୍ପାଦ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ କୃଷକମାନଙ୍କୁ ଇଫେକୋ ପକ୍ଷରୁ ପନିପରିବା ଚାଷ ପାଇଁ ମଞ୍ଜି, ଏବଂ ଚାରା ବଣ୍ଟା ଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com