କ୍ରୀଡ଼ା

ବିଶ୍ୱକପ ଫାଇନାଲ ମ୍ୟାଚକୁ ନେଇ ଅଭିନେତ୍ରୀ ରେଖାଙ୍କ ପାଗଳାମି, କହିଲେ ଏଭଳି କଥା

ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚକୁ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା । ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖାଳାଯିବ ଫାଇନାଲ ମ୍ୟାଚ ।

ହେଲେ ହେି ମ୍ୟାଚ ପୂର୍ବରୁ ଅନେକ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । କେହି କେହି ଟିମ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରୁଥିବା ବେଳେ କେହି କେହି ନିଜର ପ୍ରଚାର ଷ୍ଟଣ୍ଡ ଆରମ୍ଭ କରିଛନ୍ତି । ନିକଟରେ ଜଣେ ବିରିୟାନି ବିକ୍ରେତାଙ୍କ ଖବର ସାମ୍ନାକୁ ଆସିଥିଲା ଯେ ଯଦି ଫାଇନାଲରେ ଭାରତ ଜିତେ ତେବେ ସେ ମାଗଣା ବିରିୟାନି ଦେବେ ।

ସେହିପରି ଏହି ସମୟରେ ବର୍ତ୍ତମାନ ଜଣେ ସାଉଥ ଅଭିନେତ୍ରୀ ଭାଇରାଲ ହେବା ଆରମ୍ଭ କରିଛନ୍ତି । ଯିଏ ପୁନମ ପାଣ୍ଡେଙ୍କ ପରି ଅଜବ ଅଫର ଦେଇ ଲାଇମଲାଇଟକୁ ଆସିବାକୁ ଚେଷ୍ଟା କରିଛନ୍ତି । ତେବେ କିଏ ଏହି ଅଭିନେତ୍ରୀ ଯିଏ ପୁନମ ପାଣ୍ଡେଙ୍କ କଥାକୁ ଦୋହରାଇଛନ୍ତି ।

ତେବେ ଏଠି କହିରଖୁଛୁ ୨୦୧୧ ବିଶ୍ୱକପକୁ ନେଇ ପୁନମ ପାଣ୍ଡେ କହିଥିଲେ ଯଦି ଭାରତ ଯିତେ ତାହେଲେ ସେ ବିନା ପୋଷାକରେ ଫଟୋ ସୁଟ କରିବେ । ଆଉ ବର୍ଷମାନ ପୁନମଙ୍କ ପୁରୁଣା କଥାକୁ ଦୋହରାଇଛନ୍ତି ତେଲୁଗୁ ଆଭିନେତ୍ରୀ ରେଖା ବୋଜ । ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଏକ ଖୋଲା ଅଫର ଦେଇଛନ୍ତି ।

ସେ କହିଛନ୍ତି ଯେ ଯଦି ଟିମ ଇଣ୍ଡିଆ ୨୦୨୩ ବିଶ୍ୱକପ ଜିତେ ତେବେ ସେ ବିଶାଖାପାଟନମ ବେଳାଭୂମିରେ ବିନା ପୋଷାକରେ ବୁଲିବେ । ଅଭିନେତ୍ରୀଙ୍କ ଏହି ପୋଷ୍ଟ ପରେ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତେବେ ଅଭିନେତ୍ରୀଙ୍କ ଏଭଳି ପୋଷ୍ଟ କରିବା ତାଙ୍କ ପାଗଳାମି ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com