ଓଡ଼ିଶା

ଭୁବନେଶ୍ୱରରେ ଲୋକାର୍ପିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଭୁବନେଶ୍ୱର, ୨୩/୦୯/୨୦୨୨-  ରାଜଧାନୀ ଭୁବନେଶ୍ୱରରେ ଲୋକାର୍ପିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । ଭୁବନେଶ୍ୱର ମହାନଗର ନିଗମର ଭିଏସଏସ ନଗର ୱାର୍ଡ ନଂ ୧୧ରେ ଏହା ଉଦଘାଟିତ ହୋଇଛି । ଏଥିରେ ୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ମିଳିବା ସହ ୨୦ ହଜାର  ଜନସାଧାରଣ ଉପକୃତ ହେବେ । ଲୋକମାନେ ଅଭିଜ୍ଞ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ନିଃଶୁକ୍ଲ ମେଡିସିନ ପାଇବା ସହ ଉତ୍ତମ ସେବାର ଲାଭ ଉଠାଇ ପାରିବେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ, ବିଏମସି ମେୟର ସୁଲୋଚନା ଦାସ, ବିଏମସି ଆଡିସନାଲ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଉତ୍ତର ଜୋନର ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦ, ଖୋର୍ଦ୍ଧା ସିଡିଏମଓ , ୱାର୍ଡ ନଂ ୧୧ କର୍ପୋରେଟର ପ୍ରଭାସିନୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com