ଅନ୍ତର୍ଜାତୀୟ

ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିପାରନ୍ତି ପୁତିନ! ଋଷିଆକୁ ଶେଷ ଚେତାବନୀ ଦେଲେ ବାଇଡେନ

ମସ୍କୋ () ୟୁକ୍ରେନ ଆକ୍ରମଣ ଲାଗି ଋଷିଆ ବାରମ୍ବାର ଅସ୍ୱୀକାର କରୁଛି, ହେଲେ ମିଳୁଥିବା ଖବରରୁ ଆଗାମୀ କିଛି ଘଣ୍ଟାରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଆକଳନ କରାଯାଉଛି। ଏଥିରେ ବ୍ରିଟିଶ ଗଣମାଧ୍ୟମରୁ ମିଳୁଥିବା ସୂଚନାରେ ଋଷିଆ ଏବେ ଯୁଦ୍ଧପ୍ରସ୍ତୁତି ଆରମ୍ଭ କରିଛି।  ହୁଏତ ଆଗାମୀ କିଛି ଘଣ୍ଟାରେ ଯୁଦ୍ଧ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଇଛି। ଯଦି ଋଷ ଏପରି କିଛି ଭୁଲ କରେ ଏଥିଲାଗି ତାକୁ ମୂଲ୍ୟ ଦେବାକୁ ପଡିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ  ଶେଷ  ଚେତାବନୀ ଦେଇଥିବା ଜଣାପଡିଛି।
ବ୍ରିଟିଶ ଗଣମାଧ୍ୟମଙ୍କ ଆଶଙ୍କା ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଆସିଛି। ଯଦି ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରେ ଏଥିଯୋଗୁ ହେବାକୁ ଥିବା ବିନାଶର ସେ ନିଜେ ହିଁ କାରଣ ହେବ ବୋଲି କହିଛନ୍ତି । କାରଣ ଏହି ଆକ୍ରମଣର ଆମେରିକା କଡା ଜବାବ ଦେବ ବୋଲି ସେ କହିଛନ୍ତି। ତେବେ ୟୁକ୍ରେନକୁ ନେଇ ଋଷିଆ ରାଷ୍ଟ୍ରପତିଙ୍କୁ ବାଇଡେନଙ୍କ ଏହା ପ୍ରଥମ ଚେତାବନୀ ନୁହେଁ। ଏହା ପୂର୍ବରୁ ମଧ୍ୟ ଏପରି କିଛି ନ କରିବାକୁ ସେ ବାରମ୍ବାର ପୁତିନଙ୍କୁ ଅନୁରୋଧ କରିଛନ୍ତି। ତେବେ ବାଇଡେନଙ୍କ ଅନୁରୋଧର ପ୍ରଭାବ ପୁତିନଙ୍କ ଉପରେ ପଡି ନାହିଁ।
ଉଲ୍ଲେଖଯୋଗ୍ୟଯେ ଋଷିଆ ଯୁଦ୍ଧ ଚାହୁଁନଥିବା କହିଛି। ଏଥିରେ କିଛି ସୈନ୍ୟଙ୍କୁ ସେ ପ୍ରତ୍ୟାହାର କରିଥିବାର ଦାବି ମଧ୍ୟ କରୁଛି। ଋଷିଆର ଏହି ଦାବି ପରେ ମଧ୍ୟ  ବ୍ରିଟିଶ ଗଣମାଧ୍ୟମ ଯୁଦ୍ଧ ବିପଦ ଟଳିନଥିବା କହୁଛି। ଏ ବାବଦେ ଆସୁଥିବା ମିଡିଆ ରିପୋର୍ଟରେ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ୟୁକ୍ରେନ ଉପରେ ଆକ୍ରମଣ ଲାଗି ଋଷିଆ ପ୍ରସ୍ତୁତି କରୁଥିବା ଓ ଆଗାମୀ କିଛି ଘଣ୍ଟାରେ ହୁଏତ ରାଷ୍ଟ୍ରପତି ପୁତିନ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।
 ଏଥିରେ ଆଉ ଏକ ଖବର ମଧ୍ୟ ଆସୁଛି। ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଋଷିଆ ସଂସଦ ଭୋଟିଂ କରି ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ୟୁକ୍ରେନର ଦୁଇ ଗଣରାଜ୍ୟ ଲୁହାନସ୍କ ଓ ଡୋନେଟସ୍କକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଅନୁମତି ପ୍ରଦାନ କରିଛି। ଏହି ଦୁଇ ଗଣରାଜ୍ୟ ନିଜକୁ ନିଜେ ୟୁକ୍ରେନରୁ ସ୍ୱାଧୀନ ଘୋଷଣା କରିସାରିଛନ୍ତି।  ଗଣରାଜ୍ୟଙ୍କ ୭ଲକ୍ଷ ୨୦ ହଜାର ଲୋକଙ୍କୁ ଋଷିଆ ନିଜର ନାଗରିକତା  ଦେଇଛି। ଯଦି ପୁତିନ ଏହି ଦୁଇ ଗଣରାଜ୍ୟଙ୍କୁ ମାନ୍ୟତା ଦିଅନ୍ତି ତେବେ ଏହାକୁ ଶାନ୍ତି ବୁଝାମଣାର ଉଲ୍ଲଂଘନ ମନେ  କରାଯିବ। ଯାହା ଦ୍ୱାରା ଋଷିଆ ଓ ୟୁକ୍ରେନ ମଧ୍ୟରେ ଅସନ୍ତୋଷ ଆହୁରି ଅଧିକ ହେବ ବୋଲି ଏବେ ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com