ଓଡ଼ିଶା

ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଶାୟତଙ୍କ ୧୧୦ ତମ ଜନ୍ମଜୟନ୍ତୀ ପାଳିତ

କଟକ, ୧୧ /୧୦/୨୦୨୨-   ଦାୟିତ୍ୱବୋଧ ନିଜ ଯୁଗ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ – ଉତ୍ତର ପିଢି ପ୍ରତି ଅଧିକ ଆବଶ୍ୟକ । ଆଉ ପରିବେଶ ସୁରକ୍ଷା ଏବଂ ଏହାର ଯଥୋଚିତ ବିକାଶ କଥା ଉଠିଲେ ଉତ୍ତରଦାୟିତ୍ୱ ଅଧିକ ମହତ୍ୱପୂର୍ଣ୍ଣ । କଟକ ସହିଦ ଭବନ ଠାରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଲେଖକ, ଆଇନଜୀବୀ ସ୍ୱର୍ଗତ ବିଶ୍ୱନାଥ ପଶାୟତଙ୍କ ୧୧୦ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପରିବେଶ ସୁରକ୍ଷା ଏବଂ ଏହାର ସମୁଚିତ ବିକାଶ ଶୀର୍ଷକ ଆଲୋଚନାରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ଅନୁରୂପ ମତ ଦେଇଛନ୍ତି ।

ଏହି ଅଲୋଚନାରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର.ଭି ରବିନ୍ଦ୍ରନ୍ , ଅବସରପ୍ରାପ୍ତ ବିଚାରପତି ଏଲ୍‌. ନାଗେଶ୍ୱର ରାଓ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର୍‌, ଏବଂ  ବେରୋନେସ୍  ସନ୍ଦିପ ବର୍ମା ଯୋଗଦେଇ ଅଙ୍ଗାରକାମ୍ଳର ବହୁଳ ନିର୍ଗମନ ଓ ଏହାର ପ୍ରଭାବ ଏବଂ ପାନୀୟ ଜଳର ଅପବ୍ୟବହାରକୁ  ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । କେବଳ ସରକାର କି ଆଇନର ଛାଟ ନୁହେଁ ପରିବେଶ ରକ୍ଷା ପାଇଁ ନିଜେ ସଚେତନ ହେବାକୁ ସେମାନେ ଜୋର୍ ଦେଇଥିଲେ ।

ଏ ଅବସରରେ ବିଶ୍ୱନାଥ ପଶାୟତ ସ୍ମୃତି କମିଟି ତରଫରୁ  ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ, ବରିଷ୍ଠ ଆଇନିଜୀବୀ ଉମାକାନ୍ତ ନନ୍ଦ, ଡ. ସୁବ୍ରତ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ମହାପାତ୍ର ଏବଂ ଶିକ୍ଷାବିତ୍ ପି. ଭୋଟାଜୁ ପ୍ରମୁଖ ୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଆଇନ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାର ଶ୍ରେଷ୍ଠ ୧୦ ଦଳ ଏବଂ ବିଭିନ୍ନ ବାର୍ ଆସୋସିଏସନକୁ ପୁରସ୍କୃତ  କରାଯାଇଥିଲା । ଏହି ଉତ୍ସବରେ  ବରିଷ୍ଠ ଆଇନିଜୀବୀ  ଜଗନ୍ନାଥ ପଟ୍ଟନାୟକ, ବି.କେ ମହାନ୍ତି , ଦେବୀ ପ୍ରସାଦ ଧଳ, ମାନସ ମହାପାତ୍ର, ଧରଣୀଧର ନାୟକ, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଏବଂ କଟକ ମେୟର ସୁବାସ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com