Featuredଜାତୀୟ

କିନ୍ନରଙ୍କୁ ପୁରୁଷ ଓ ମହିଳା କରିବେ ସରକାର: ମାଗଣାରେ ହେବ ଅପରେସନ

ରାଜସ୍ଥାନରେ ଏବେ କିନ୍ନରମାନଙ୍କୁ ପୁରୁଷ ଓ ମହିଳା କରିବେ ସରକାର । ଦେଶରେ ପ୍ରଥମ ସମ୍ମାନ ଯୋଜନା ଲଞ୍ଚ କରିବାକୁ ଯାଉଛନ୍ତି ରାଜସ୍ଥାନ ସରକାର । ଏହା ଅଧିନରେ ଲିଙ୍ଗ ବଦଳିବାକୁ ସରକାରୀ ମେଡିକାଲରେ ଅପରେସନ୍ କରାଯିବ । ଲିଙ୍ଗ ବଦଳାଇାବକୁ ଅପରେସନ୍ କରୁଥିବା ଟ୍ରାନ୍ସଜେଣ୍ଡରଙ୍କୁ ୨.୫୦ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇବେ ସରକାର । ତେବେ ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରୀ ବିଭାଗ ଏଥିପାଇଁ ଉତଥାନ କୋଷ ଗଠନ କରିଛନ୍ତି । ଏହି କୋଷର ସ୍ଥାପନା ୧୦ କୋଟିରୁ କରାଯାଇଛି । ବିଭାଗର ଉପନିର୍ଦ୍ଦେଶ ଓମପ୍ରକାଶ ତୋଷନିୱାଲ କହିଛନ୍ତି ଯେ, ସରକାରୀ ମେଡିକାଲରେ ଟ୍ରାନ୍ସଜେଣ୍ଡରଙ୍କର ମାଗଣାରେ ଅପରେସନ୍ କରାଯିବ । ଯଦି କେହି ବାହାର ମେଡିକାଲରେ ଅପରେସନ୍ କରିବାକୁ ଚାହାଁନ୍ତି, ତେବେ ୨.୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଯେଉଁ ଟ୍ରାନ୍ସଜେଣ୍ଡରମାନେ ଲିଙ୍ଗ ପରିବତ୍ତର୍ନ କରିବାକୁ ଇଚ୍ଛୁକ, ସେମାନେ ସାମାଜିକ ନ୍ୟାୟ ଓ ଅଧିକାରୀ ବିଭାଗରେ ଆବେଦନ କରିପାରିବେ । ରାଜସ୍ଥାନର ୨୦ ହଜାରରୁ ଅଧିକ ଟ୍ରାନ୍ସଜେଣ୍ଡରକୁ ସମ୍ମାନ ଦେବାକୁ ଯାଇ ଗୋହଲଟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com