ଓଡ଼ିଶାଜାତୀୟ

୭୫ ହଜାର ବେକାରଙ୍କୁ ମିଳିଲା ଚାକିରି

ଭୁବନେଶ୍ୱର, ୨୨/୧୦/୨୦୨୨ –   ଆରମ୍ଭ ହେଲା ରୋଜଗାର ମେଳା । ଶନିବାର ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ନିଯୁକ୍ତି ମେଳରେ ଆଜି ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ୨୨୬ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ନିଯୁକ୍ତି କରାଯାଇଛି । ଓଡିଶାରୁ ୨୩୯ ଜଣ ଯୁବକ ଯୁବତୀଙ୍କୁ ଏହି ଅବସରରେ ନିଯୁକ୍ତି ପତ୍ର ଦିଆଯାଇଥିଲା । ଏହା ମଧ୍ୟରେ ରହିଛି ୟୁପିଏସସି, ଏସଏସସି, ରେଲ୍‌ୱେ ଇତ୍ୟାଦି ବିଭାଗ ।

ଭୁବନେଶ୍ୱର ସମେତ ଦେଶର ୫୦ ଟି ସ୍ଥାନରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦେଶରେ କାର୍ଯ୍ୟସଂସ୍କୃତି ବଦଳିବା ସହ ରୋଜଗାର ଓ ସ୍ୱରୋଜଗାର ମଧ୍ୟରେ ନୂଆ ଅଧ୍ୟାୟ ଯୋଡି ହୋଇଛି. ସମୟ ସମୟରେ ଏଭଳି ରୋଜଗାର ମେଳା ଅନୁଷ୍ଠିତ କରାଯାଇ ବେକାରିଙ୍କୁ ଚାକିରି ଦିଆଯିବ । ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ସହଜ ଏବଂ ତ୍ୱରାନ୍ୱିତ ହୋଇଛି ।

୫-ଜି ଆସିବା ପରେ ଆହୁରି ନିଯୁକ୍ତି ବଢିବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଭିଡିଓ କନ୍‌ଫରେନ୍ସିଂରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଓଡିଶାରୁ ଡାକ ବିଭାଗରେ ୮୯, ଭୁବନେଶ୍ୱର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ଜଣ ଏହିଭଳି ଭାବେ ୯ଟି ବିଭାଗର ମୋଟ ୨୩୯ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଭୁବନେଶ୍ୱର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର‌୍ୟ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com