Featuredଜାତୀୟ

ଏ ହେଉଛି ଦୁନିଆର ଉଚ୍ଚ ଶିବ ପ୍ରତିମୂର୍ତ୍ତି, ଉଚ୍ଚତା ଏତେ ଯେ ୨୦ କିମି ଦୂରତାରୁ ମଧ୍ୟ ଦେଖିପାରିବେ

ଭୁବନେଶ୍ୱର: ଦୁନିଆର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ହୋଇଛି। ଉଦ୍ଘାଟନୀ ସମାରୋହ ଆଜି ଅର୍ଥାତ୍ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ୱାରା ଠାରେ ନିର୍ମିତ ଶିବ ପ୍ରତିମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ, ଯାହାକୁ ବିଶ୍ୱାସ ସ୍ବରୁପମ ନାମରେ ନାମିତ କରାଯାଇଛି।

ଏହି ୩୬୯ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ଦୁନିଆର ଉଚ୍ଚ ଶିବ ପ୍ରତିମୂର୍ତ୍ତି ହେବାର କାହାଣୀ ମଧ୍ୟ ଆକର୍ଷଣୀୟ। ରିପୋର୍ଟ ଅନୁଯାୟୀ, ଯେତେବେଳେ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଯୋଜନା ୨୦୧୨ ମସିହାରେ ପ୍ରସ୍ତୁତ ହୋଇଥିଲା, ସେତେବେଳେ ଏହାର ଉଚ୍ଚତା ୨୫୧ ଫୁଟରେ ରଖିବାକୁ ଯୋଜନା କରାଯାଇଥିଲା। କିନ୍ତୁ ପରେ ନିର୍ମାଣ ସମୟରେ ଏହାର ଉଚ୍ଚତା ୩୫୧ ଫୁଟରେ ପହଞ୍ଚିଥିଲା । ଏହା ପରେ ଶିବଙ୍କ କେଶରେ ଗଙ୍ଗାର ଏକ ସ୍ରୋତ ରଖିବାକୁ ଯୋଜନା କରାଯାଇଥିଲା, ତା’ପରେ ଏହାର ଉଚ୍ଚତା ୩୬୯ ଫୁଟରେ ପହଞ୍ଚିଥିଲା।

ଏହି ପ୍ରତିମୂର୍ତ୍ତିରେ ଲିଫ୍ଟ, ସିଡ଼ି, ହଲ୍ ଇତ୍ୟାଦି ମଧ୍ୟ ତିଆରି କରାଯାଇଛି । ନିର୍ମାଣ ସମୟରେ ୩୦୦୦ ଟନ୍ ଇସ୍ପାତ ଏବଂ ଲୁହା, ୨.୫ ଲକ୍ଷ ଘନ ଟନ୍ କଂକ୍ରିଟ୍ ଏବଂ ବାଲି ବ୍ୟବହାର କରାଯାଇଛି । ନିର୍ମାଣ କାର୍ଯ୍ୟ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା।

ଦୁନିଆର ୫ ଟି ଉଚ୍ଚ ଶିବ ପ୍ରତିମୂର୍ତ୍ତି
‘ବିଶ୍ୱ ସୂରୂପମ’ , ରାଜସ୍ଥାନ – ୩୬୯ ଫୁଟ ।
କୈଲାଶନାଥ ମହାଦେବ ମନ୍ଦିର, ନେପାଳ – ୧୪୩ ମିଟର।
ମାରୁଦେଶ୍ୱରା ମନ୍ଦିର, କର୍ଣ୍ଣାଟକ – ୧୨୩ ମିଟର ।
ଆଦିୟୋଗା ମନ୍ଦିର, ତାମିଲନାଡୁ – ୧୧୨ ମିଟର ।
ମଙ୍ଗଲ ମହାଦେବ, ମରିସସ୍ – ୧୦୮ ମିଟର ।

Related Articles

Back to top button
WP Twitter Auto Publish Powered By : XYZScripts.com