Featuredଅନ୍ତର୍ଜାତୀୟ

ଭୟଙ୍କର ସାମୁଦ୍ରିକ ଝଡ଼ ନାଲଗାଏରେ କ୍ଷତିଗ୍ରସ୍ତ ଫିଲିପାଇନ୍ସ; ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି

ଭୟଙ୍କର ସାମୁଦ୍ରିକ ଝଡ଼ ନାଲଗାଏରେ କ୍ଷତିଗ୍ରସ୍ତ ହୋଇଛି ଫିଲିପାଇନ୍ସ। ଏଥିରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି। ତେବେ ଆଜି ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ଫେର୍ଡିନାଣ୍ଡ ମାର୍କୋସ ଜୁନିୟର। ହେଲିକପ୍ଟର ଯୋଗେ ସେ ବ୍ୟନ୍ୟାଞ୍ଚଳ ବୁଲି ଦେଖିବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି।   ଦେଶର ଦକ୍ଷିଣ ସ୍ୱାୟତ ଅଞ୍ଚଳ ବାଂଗସମୋରରେ ଅଧାରୁ ଅଧିକ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଓ ମାଟି ଅତଡ଼ା ଖସିବା ଯୋଗୁ ଅଧିକ ଜୀବନ ଯାଇଥିବା ଫିଲିପାଇନ୍ସ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି। ୯୮ ମୃତ୍ୟୁ ପରେ ୬୩ ଲୋକେ ନିଖୋଜ ଥିବା ବେଳେ ୬୯ ଲୋକ ଆହତ ହୋଇଛନ୍ତି ବୋଲି ବିଭାଗ କହିଛି। କେବଳ ବାଂଗସମୋର ଅଞ୍ଚଳରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଲୋକ ନିଖୋଜ ଅଛନ୍ତି। ଝଢ଼ରେ ବର୍ଷା ପବନ ଯୋଗୁ ୭୫୭.୮୪ ମିଲିୟନ ପେସସ(ଫିଲିପାଇନ୍ସ) ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ସେହିପରି ୪୩୫.୪୬ ମିଲିୟନ ପେସସ ମୂଲ୍ୟର କୃଷିଜାତ ଦ୍ରବ୍ୟ ନଷ୍ଟ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com