ସ୍ୱାସ୍ଥ୍ୟ

କରୋନା ଆତଙ୍କ : କମ୍ପାନୀରୁ ଲୁଚି ପଳାଉଛନ୍ତି କର୍ମଚାରୀ

ଚୀନରେ ପୁଣି କରୋନା ଆତଙ୍କ । ଏନେଇ ଆତଙ୍କିତ ହୋଇପଡ଼ିଛନ୍ତି ଚୀନବାସୀ । ପୁଣି ଥରେ ଲକଡାଉନ ଆରମ୍ଭ ହୋଇଥିବା ବେଳେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଚୀନର ଯେଉଁ ସ୍ଥାନ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ସେହି ସ୍ଥାନରେ ଲକଡାଉନ ସଟଡାଉନ କରାଯାଉଛି । ତା ସହିତ ମଲ ରେସ୍ତୋରାଁ ଗୁଡିକରେ ମଧ୍ୟ କଟକଣା ଲଗାଯାଇଛି । ଲୋକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଝେଙ୍ଗଝୁ’ରେ ଲକ୍ଷାଧିକ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଲୋକମାନଙ୍କୁ କେବଳ କରୋନା ଟେଷ୍ଟ ପାଇଁ ବାହାରକୁ ବାହରିବାର ଅନୁମତି ଦିଆଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ପୁଣିଥରେ ଚାଇନାରେ ଲୋକେ ଗୃହବନ୍ଦୀ ଭାବେ ରହିଲେଣି ।ଚୀନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ପ୍ରଭାବ କାରବାର ଉପରେ ମଧ୍ୟ ପଡିବାରେ ଲାଗିଛି । ହେଲେ ସବୁଠୁ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ବଡ ବଡ କମ୍ପାନୀ ଗୁଡିକରେ । କରୋନା କଟକଣା ଯୋଗୁଁ କମ୍ପାନୀରେ କାମ କରୁଥିବା କର୍ମଚାରୀ ମାନେ ଛାନିଆ ହୋଇପଡ଼ିଛନ୍ତି  । କଟକଣା ଭିତରେ ଆଇଫୋନ୍ ଭଳି ବଡ ବଡ କମ୍ପାନୀ ସେମାନଙ୍କୁ ଛାଡୁନଥିବା ବେଳେ କର୍ମଚାରୀମାନେ ଲୁଚି ପଳାଇଯାଉଛନ୍ତି । କର୍ମଚାରୀମାନେ କାମ କରୁଥିବା ଏରିଆ ପାଖରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନାରୁ ବଞ୍ଚିବାକୁ ଲୋକେ ଜୀବନକୁ ପାଣି ଛଡାଇ ଲୁଚି ପଳାଇଯାଉଛିନ୍ତି । କର୍ମଚାରୀମାନେ ଛାନିଆ ହୋଇ ଚାଲିଯାଉଥିବା ବେଳେ ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com