![](https://i0.wp.com/odia.mobilenews24x7.com/wp-content/uploads/2022/11/supreme-court-on-faridkot-property-case-1.jpg?resize=780%2C470&ssl=1)
ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଶୀର୍ଷ ଅଦାଲତ ଝାଡଖଣ୍ଡ ହାଇକୋର୍ଟର ନିଷ୍ପତ୍ତିକୁ ବଦଳାଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଝାଡଖଣ୍ଡ ହାଇକୋର୍ଟ ଖନନ ପଟ୍ଟା ମାମଲାରେ ତଦନ୍ତ ସମ୍ବନ୍ଧୀୟ ଜନହିତ ଆବେଦନର ଶୁଣାଣିକୁ ଯୋଗ୍ୟ ଦର୍ଶାଇଥିଲେ । ଲିଜ ଆବଣ୍ଟନ କରିବା ଏବଂ ନିଜ ସମ୍ପର୍କୀୟ ଦ୍ୱାରା ସେ କମ୍ପାନୀରେ ନିବେଶ କରିବା ବରୋଧରେ ଦାୟର ଜନହିତ ଆବେଦନ ଉପରେ ସୁପ୍ରିମକୋର୍ଟ କହିଥିଲେ ଏହା ଜନହିତ ଆବେଦନର ଶୁଣାଣି କରିବା ପାଇଁ ଗ୍ରହଣୀୟ ନୁହେଁ ।ଅଦାଲତ କହିଛନ୍ତି, ଆମେ ଦୁଇଟି ଆବେଦନକୁ ଅନୁମତି ଦେଇଛୁ ଏବଂ ଜନହିତ ଆବେଦନର ଶୁଣାଣି ପାଇଁ ଯୋଗ୍ୟ ନଥିବା ଦର୍ଶାଇଛୁ ।