Featuredଅନ୍ତର୍ଜାତୀୟଜାତୀୟ

ହିମାଚଳରେ ବରଫପାତ ଜାରି, ଲେହ-ମନାଲି ରାଜପଥ ବନ୍ଦ

ହିମାଚଳ ପ୍ରଦେଶର ପାଣିପାଗରେ ପରିବର୍ତ୍ତନ ହେବାରେ ଲାଗିଛିା କିଛି ଅଞ୍ଚଳରେ ବର୍ଷା ଜାରି ରହିଥିବା ଦେଖିବାକୁ ମିଳିଛି । ସେହିଭଳି ବରଫପାତ ମଧ୍ୟ ଜାରି ରହିଛି । ବରଫପାତକୁ ଆଖିରେ ରଖି ଜାତୀୟ ରାଜପଥ ବର୍ତ୍ତମାନ ସମୟରେ ବନ୍ଦ ରହିଛି । କୋଲାଙ୍ଗରୁ ଦାରଚା ଯାଏ ଗାଡି ଯିବା ଆସିବା ଉପରେ ରୋକ ଲାଗିଛି । କେଲାଙ୍ଗରେ ତାପମାତ୍ରା ୦.୫ ଡିଗ୍ରୀ ରେକର୍ଡ ହୋଇଛି । ଲାହୋଲ ସ୍ଫିତିକୁ ଛାଡିଦେଲେ ରୋହତାଙ୍ଗ, ସିଙ୍କୁଲା କୁଞ୍ଜମ ସହ ଅନେକ ସ୍ଥାନରେ ବରଫପାତ ଜାରିରହିଛି । ରବିବାର ସାରାଦିନ ସମୟ ସମୟରେ ବରଫପାତ ଦେଖିବାକୁ ମିଳିଥିଲା । ପାଣିପାଗ ବିଭାଗ ପାଞ୍ଚ ଦିନ ଯାଏ ଏହିଭଳି ପାଗ ଲାଗିରହିବା ନେଇ ଅନୁମାନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com