Featuredଅନ୍ତର୍ଜାତୀୟଜାତୀୟ

ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଲା ନକଲି ରକ୍ତ

ସାରା ବିଶ୍ୱରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଲା ନକଲି ରକ୍ତ । ଏବେ ଏହାର କ୍ଲିନିକାଲ ପରୀକ୍ଷଣ ଚାଲିଛି ବୋଲି ସୂଚନା ଦେଇଛନ୍ତି ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲର ବୈଜ୍ଞାନିକ । ଦୁନିଆଁରେ ପ୍ରଥମ ଥର ପରୀକ୍ଷଣ ଆଧାରରେ ୨ଜଣ ବ୍ୟକ୍ତିଙ୍କୁ ଦିଆଯାଇଛି । ଯଦିଓ ଏହା ନକଲି ରକ୍ତର ପ୍ରଥମ କ୍ଲିନିକାଲ ଟେଷ୍ଟ । ହେଲେ ଯଦି ଏହା ସଫଳ ହୁଏ ତାହେଲେ ରକ୍ତହୀନତା ସମସ୍ୟା ଭୋଗୁଥିବା ରୋଗୀଙ୍କ ପାଇଁ  ବରଦାନ ପ୍ରମାଣିତ ହେବ । ଏହାସହ ଯେଉଁ ବ୍ୟକ୍ତିଙ୍କର ବିରଳ ବ୍ଳଡ୍ ଗ୍ରୁପ୍ ସେମାନେ ଯଦି କୌଣସି ଦୁର୍ଘଟଣାର ଶିକାର ହୁଅନ୍ତି, ଏବଂ ସେମାନଙ୍କୁ ରକ୍ତ ଆବଶ୍ୟକ ପଡେ ତେବେ ସେମାନଙ୍କୁ ଏହି ନକଲି ରକ୍ତ ସେମାନଙ୍କୁ ଦିଆଯାଇପାରିବ ।ଏବେଯାଏଁ ଏହି ରକ୍ତ ପ୍ରକୃତ ଲୋହିତ କଣିକା ରକ୍ତଠାରୁ ଭଲ କାମ କରୁଛି ଏବଂ ଏହାର ପରୀକ୍ଷଣ ସଫଳ ହେଲେ ଏହା ପ୍ରକୃତ ରକ୍ତର ଚାହିଦାକୁ ମେଣ୍ଟାଇପାରିବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲର ପ୍ରଫେସର ଓ ଏନଆଇଏଚଆର ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ଏଶଲେ ଟୋୟଙ୍କ କହିବା ଅନୁସାରେ ଷ୍ଟେମ୍ ସେଲ୍ସକୁ ବ୍ଲଡ୍ ସେଲ୍ସରେ ପରିଣତ କରିବା ଦିଗରେ ଏହ । ସବୁଠାରୁ ବଡ ପଦକ୍ଷେପ । କ୍ଲିନିକାଲ ଟେଷ୍ଟ ପାଇଁ ଅତି କମରେ ୪ଥର ଏହି ନକଲି ରକ୍ତ ଦିଆଯିବ । ଏହି ପରୀକ୍ଷଣ ସଫଳ ହେଲେ ଚିକିତ୍ସା ବିଜ୍ଞାନରେ ନୂଆ ଦିଗନ୍ତ ସୃଷ୍ଟି ହେବ । ଲ୍ୟୁକୋମିଆ ପରି ରକ୍ତ ସମ୍ପର୍କୀତ ରୋଗୀଙ୍କଠାରେ ଏହି ରକ୍ତ ଦିଆଯାଇପାରିବ । ଏହାକୁ ଥରେ ଦେଲେ ଅନେକ ଦିନ ଯାଏଁ ଦ୍ୱିତୀୟ ରକ୍ତ ଦେବାର ଆବଶ୍ୟକତା ପଡିବ ନାହିଁ ବୋଲି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com