ଓଡ଼ିଶା

ବାରମ୍ବାର ପାଚେରୀ ଭାଙ୍ଗି ନନ୍ଦନକାନ ଭିତରକୁ ପସୁଛନ୍ତି ଜଙ୍ଗଲୀ ହାତୀ

ଭୁବନେଶ୍ୱର : ନନ୍ଦନକାନନରେ ଜଙ୍ଗଲୀ ହାତୀ ଆତଙ୍କ । ଜିରାଫ ଖୁଆଡ ନିକଟରେ ଦୁଇ ହାତୀ ଥିବାରୁ ପରର୍ଯ୍ୟଟକଙ୍କ ପାଇଁ ବିପଦ ରହିଛି । ବିପଦକୁ ଆଶଙ୍କା କରି କତ୍ତୃପକ୍ଷ ନନ୍ଦନାନନ ଫାଟକରେ ଅସ୍ଥାୟୀ ଭାବେ ତାଲା ପକାଇଛନ୍ତି । ତେବେ ହାତୀ ଘଉଡ଼ାଇବା ପରେ ପର୍ଯାଟକଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମାତ୍ର ଗୋଟିଏ ମାସ ବ୍ୟବଧାନରେ ନନ୍ଦାନକାନନ ପାଚେରୀ ଭାଙ୍ଗି ପ୍ରାଣୀ ଉଦ୍ୟାନ ପରିସରକୁ ପ୍ରେବଶ କରିଛନ୍ତି ଦୁଇଟି ଜଙ୍ଗଲୀ ହାତୀ । ନନ୍ଦନକାନନନ ପଛ ପଟ ପାଚେରୀ ଭାଙ୍ଗି ଜିରାଫ୍ ରହୁଥିବା ଖୁଆଡ଼ ପାଖରେ ଦୁଇଟି ଜଙ୍ଗଲୀ ହାତୀ ଏବେ ରହିଥିବା ଜଣାପଡ଼ିଛି । ହାତୀମାନେ ପର୍ଯାଟକଙ୍କ ରାସ୍ତା ନିକଟରେ ଥିବାରୁ ସେମାନେ ରାସ୍ତା ଉପରକୁ ଚାଲି ଆସିବାର ଆଶଙ୍କା ରହିଛି । ଜଙ୍ଗଲୀ ହାତୀମାନେ ପର୍ଯାଟକଙ୍କ ପାଦଚଲା ରାସ୍ତାକୁ ଚାଲି ଆସିବାର ସମ୍ଭାବନା ଥିବାରୁ, ହାତୀ ମାନଙ୍କୁ ଜଗି ରହିବା ପାଇଁ କର୍ତ୍ତୃପକ୍ଷ ୧୨ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ଜଙ୍ଗଲୀ ହାତୀ ଦୁଇଟିକୁ ସେହି ସ୍ଥାନରୁ ଘଞ୍ଚ ଜଙ୍ଗଲକୁ ତଡ଼ିବା ପାଇଁ ବନ କର୍ମଚାରୀମାନେ ବାଣ ଫୁଟାଇ ସେମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଠା କରୁଛନ୍ତି ।
ଅନ୍ୟପଟେ ହାତୀମାନଙ୍କ ପାଇଁ ପର୍ଯ୍ୟଟକ ଅସୁରକ୍ଷିତ ହେବାର ଆଶଙ୍କା ଥିବାରୁ ଆଜି ସକାଳୁ ପର୍ଯାଟକଙ୍କୁ ଅସ୍ଥାୟୀଭାବେ ନନ୍ଦନକାନନ ପ୍ରବେଶ ଉପରେ ବାରଣ କରାଯାଇଛି। ଦୁରଦୁରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରବେଶ ଦ୍ୱାର ପାଖରେ ଅପେକ୍ଷା କରି ଥିବା ଦେଖାଯାଇଛି ହାତି ଘଉଡ଼ାଇବା ପରେ ପର୍ଯାଟକଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com