ରାଜନୀତି

ଜମାକାରୀମାନଙ୍କୁ ଆଶ୍ୱସ୍ତି

ବିଭିନ୍ନ ଚିଟ୍‌‌ଫଣ୍ଡ ସଂସ୍ଥାର ଜମାକାରୀମାନଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ବିଭିନ୍ନ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ପରେ ନିଲାମଲବ୍ଧ ଅର୍ଥ ସରକାରଙ୍କ ପ୍ରାଧିକୃତ ଅଧିକାରୀଙ୍କ ଖାତାକୁ ଆସୁଥିବା ବେଳେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଏହାକୁ ଚିହ୍ନଟ ଜମାକାରୀଙ୍କୁ ଫେରସ୍ତ କରାଯାଉଛି।

ଏହି କ୍ରମରେ ଏବେ ପ୍ରାୟ ୧୩୩ କୋଟିରୁ ଅଧିକ ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି କଟକ ଅତିରିକ୍ତ ଜିଲ୍ଲା ତଥା ପ୍ରାଧିକୃତ ଅଧିକାରୀ ଉମାକାନ୍ତ ରାଜ୍‌‌।

Related Articles

Back to top button