
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି । ରାହୁଲ ଗାନ୍ଧୀଙ୍କ ଯାତ୍ରା ଉପରେ ଟାର୍ଗେଟ କରି କହିଛନ୍ତି, ଯେଉଁ ଲୋକଙ୍କୁ ଜନତା କ୍ଷମତାରୁ ବାହାର କରିଥିଲେ, ଏବେ ସେମାନେ କ୍ଷମତାକୁ ଆସିବା ପାଇଁ ଯାତ୍ରା ବାହାର କରୁଛନ୍ତି । ପିଏମ ମୋଦୀ ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ଧ୍ରାଙ୍ଗଧରାରେ ଏକ ଜନସଭାକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ପିଏମ ମୋଦୀ କହିଛନ୍ତି, ‘ଏହା ପଦ ଯାତ୍ରା ନୁହେଁ, ବରଂ ପଦ ପାଇଁ ଯାତ୍ରା ଅଟେ’। ସୌରାଷ୍ଟ୍ରରେ କଂଗ୍ରେସର ଗଡ଼ ସୁରେନ୍ଦ୍ର ନଗରରେ ବିଶାଳ ଜନସଭାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦୁଇ ଦଶନ୍ଧି ମୋ ନାଁରେ କୌଣସି ଔକାତ ନାହିଁ, ତଥାପି ମୁଁ ସେବକ ଏବଂ ସେବାଦାର ଅଟେ । ସୁରେନ୍ଦ୍ର ନଗରବାସୀଙ୍କୁ ଆପଣ ୪୦ ବର୍ଷ ଯାଏଁ ଜଳ ସଂକଟରେ ରଖିଲ । ଏବେ ନିଜ ଯାତ୍ରାରେ ନିର୍ମଦା ଯୋଜନାର ବିରୋଧ କରୁଥିବା ଲୋକଙ୍କ ସହ କାନ୍ଧ ମିଶାଇ ଚାଲୁଛ । ଆସନ୍ତା ନିର୍ବାଚନରେ ଗୁଜରଟବାସୀ ଏହା ଉପରେ ନିଶ୍ଚୟ ଦଣ୍ଡ ଦେବେ।