Featuredଜାତୀୟ

ପରକୀୟା ପ୍ରୀତି ବେଳେ ହେଲା ହାର୍ଟ ଆଟାକ୍

ଗାର୍ଲଫ୍ରେଣ୍ଡ ସହ ପରକୀୟା ପ୍ରୀତି ବେଳେ ଚାଲିଗଲା ଜୀବନ । ହାର୍ଟ ଆଟାକ ହେବାରୁ ୬୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ ଘଟଣାକୁ ଚପାଇ ଦେବାପାଇଁ ଗାର୍ଲଫ୍ରେଣ୍ଡ ସ୍ବାମୀ ଏବଂ ଭାଇ ସହ ମିଶି ମୃତଦେହକୁ ଜରି ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା । ମୃତଦେହ ଭର୍ତ୍ତି ବ୍ୟାଗ ମିଳିବା ପରେ ପୋଲିସ ଏହି ଖୁଲାସା କରିଛି । ମୃତକ ଜଣଙ୍କ ହେଉଛନ୍ତି ବାଲା ସୁବ୍ରମଣ୍ୟମ । ଜେପି ନଗରରେ ରହୁଥିବା ବାଲା ସୁବ୍ରମଣ୍ୟମଙ୍କ ଘରକୁ କାମ କରିବାକୁ ଆସୁଥିଲେ ୩୫ ବର୍ଷୀୟ ମହିଳା । ମହିଳାଙ୍କ ସହ ବୃଦ୍ଧଙ୍କର ପରକୀୟା ପ୍ରୀତି ଥିଲା । ଗତ ୧୬ ତାରିଖ ଦିନ ବାଲା ଗାର୍ଲଫ୍ରେଣ୍ଡ ଘରକୁ ଆସିଥିଲେ । ଏହି ସମୟରେ ପରକୀୟାରେ ଲିପ୍ତ ଥିଲାବେଳେ ତାଙ୍କର ହାର୍ଟ ଆଟାକ୍ ହୋଇଥିଲା ।

୧୬ ତାରିଖ ଦିନ ନାତିକୁ ବ୍ୟାଡମିଣ୍ଟନ କ୍ଲାସ ଛାଡ଼ିବାକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ ବାଲା । ସନ୍ଧ୍ୟା ୪. ୫୫ ବେଳେ ବାଲା ବୋହୂଙ୍କୁ କହିଥିଲେ ମୋର ଅଲଗା ଯାଗାରେ କାମ ଅଛି ଫେରିବାରେ ଡେରି ହୋଇପାରେ । ବହୁ ଡେରି ପରେ ବାଲା ଘରକୁ ନ ଫେରିବାରୁ ପୁଅ-ବୋହୂ ଫୋନ କରିଥିଲେ । କିନ୍ତୁ ବାଲାଙ୍କର କୌଣସି ପତ୍ତା ମିଳି ନଥିଲା । ଏହା ପରେ ପୁଅ ବାପା ନିଖୋଜ ଥିବା ଖବର ଥାନାରେ ରିପୋର୍ଟ କରିଥିଲେ ।

ଏହା ପରେ ୧୭ ତାରିଖରେ ପୋଲିସକୁ ବେଡସିଟ ଏବଂ ଜରି ଅଖାରେ ଭର୍ତ୍ତି ଥିବା ଶବ ମିଳିଥିଲା । ପରିବାରକୁ ଏ ଖବର ଦିଆଯିବା ପରେ ପରିବାର ଲୋକ ଶବଟି ବାଲାଙ୍କର ବୋଲି ଚିହ୍ନଟ କରିଥିଲେ । ଶବ ବ୍ୟବଚ୍ଛେଦ କରିବାରୁ ବାଲାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ଏହି ମାମଲାରେ ଅଧିକ ଖୋଳତାଡ଼ କରିବାରୁ କାମ କରୁଥିବା ୩୫ ବର୍ଷିୟ ମହିଳା ସତ କଥା କହିଥିଲେ । ସେ କହିଲେ ଯେ, ବାଲାଙ୍କ ସହ ତାଙ୍କର ପରକୀୟା ପ୍ରୀତି ବେଳେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ବାଲାଙ୍କୁ ହତ୍ୟା କରିବା ଆରୋପ ନିଜ ଉପରେ ନ ଆସୁ ବୋଲି ଭାବି ଶବକୁ ଜରି ଅଖାରେ ଭର୍ତ୍ତି କରି ରାସ୍ତା କଡ଼ରେ ପକାଇ ଦେଇଥିଲେ । ଶବ ଫୋପାଡ଼ିବା ବେଳେ ତାଙ୍କ ସ୍ବାମୀ ଏବଂ ଭାଇଙ୍କ ସାହାଯ୍ୟ ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com