Featuredଅନ୍ତର୍ଜାତୀୟଜାତୀୟସ୍ୱାସ୍ଥ୍ୟ

କରୋନା ପରେ ଭବିଷ୍ୟତରେ ତାଣ୍ଡବ ରଚିବ Disease-X! ଚିନ୍ତା ପ୍ରକଟ କଲା WHO

ବର୍ତ୍ତମାନ ସାରା ଦୁନିଆରୁ କରୋନା ଭାଇରସର ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭବିଷ୍ୟତରେ କରୋନାଠାରୁ କିଛି ଭୟଙ୍କର  ବିମାରୀର ଲିଷ୍ଟ ଜାରି କରାଯାଇଛି । ସେହି ଲିଷ୍ଟରେ ରହିଥିବା ସବୁଠାରୁ ଘାତକ ବିମାରୀର ନାମ ହେଉଛି ଡିଜିସ-ଏକ୍ସ । ଗତ ୨୦୨୧ରେ ବୈଜ୍ଞାନିକମାନେ ଡିଜିସ-ଏକ୍ସକୁ ନେଇ ମତ ଦେଇଥିଲେ । ଇବୋଲାଠାରୁ ଏହା ଅଧିକ ଘାତକ ହେବ ବୋଲି କୁହାଯାଇଥିଲା । ପଶ୍ଚିମ ଆଫ୍ରିକାରେ ଏହି ବୀମାରୀର ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ପ୍ରାଣହାନୀ ଘଟୁଥିବା ଦେଖାଯାଉଛି । ଡିଜିସ-ଏକ୍ସର ସଂକ୍ରମଣ ପ୍ରଥମେ ପଶୁପକ୍ଷୀଙ୍କ ଠାରେ ଦେଖାଦେଇଥିଲା । କରୋନା ଭାଇରସ୍ ଯେପରି ବାଦୁଡ଼ିଙ୍କ ଠାରୁ ଆସିଥିଲା, ସେହିପରି ଏଡସ୍ ଓ ହଳଦିଆ ଜ୍ୱର ମଧ୍ୟ ପଶୁଙ୍କଠାରୁ ଆସିଥିବା କୁହାଯାଉଛି । ଡିଜିଜ-ଏକ୍ସର ଭବିଷ୍ୟତର ମହାମାରୀ ନେଇ ବିଶ୍ୱର ୩୦୦ରୁ ଅଧିକ ବୈଜ୍ଞାନିକ ୨୫ରୁ ଅଧିକ ଭାଇରସ ଓ ବ୍ୟାକ୍ଟେରିଆକୁ ଏହି ଶ୍ରେଣୀରେ ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com