Featuredଅନ୍ତର୍ଜାତୀୟଜାତୀୟରାଜନୀତି

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି

ଭାରତର ୨୦୨୩ ଗଣତନ୍ତ୍ର ଦିବସ ସମାରୋହରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥି ଲାଗି ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଭାରତର ଏହି ପଦକ୍ଷେପ ଇଜିପ୍ଟ ସହିତ କୂଟନୈତିକ ଓ ସୈନ୍ୟ ସମ୍ପର୍କକୁ ମଜଭୁତ କରିବାରେ ସହାୟକ ସାବ୍ୟସ୍ତ ହେବ। ଏହା ସହିତ ଏହି ଆଫ୍ରିକୀୟ ଦେଶକୁ ଭାରତର ପହଞ୍ଚ ମଧ୍ୟ ମଜଭୁତ ହେବ। ଚଳିତ ବର୍ଷ ଉଭୟ ଦେଶ ଭାରତ ଓ ଇଜିପ୍ଟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକ ପାଳନ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତବର୍ଷ ଇଜିପ୍ଟ ଗସ୍ତ କରିଥିଲେ। ଉଭୟମନ୍ତ୍ରୀ ଗସ୍ତ କାଳରେ ଇଜିପ୍ଟ ରାଷ୍ଟ୍ରପତି ଫତେହ ଅଲ ସିସିଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପ୍ରଦାନ କରିଥିଲେ। ଏହି କ୍ରମରେ ତାଙ୍କୁ ୨୬ ଜାନୁୟାରୀ ଗଣତନ୍ତ୍ର ଦିବ ସମାରୋହରେ ଅତିଥି ହେବା ଲାଗି ଆମନ୍ତ୍ରଣ କରାଯାଇଥିବା ବେଳେ ଆାଗମୀ ଦିନମାନଙ୍କରେ ଭାରତ ଓ ଇଜିପ୍ଟ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶା ପୋଷଣ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com