ଅନ୍ୟାନ୍ୟ
ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଦିଲ୍ଲୀ ASI ଟିମ୍
![](https://i0.wp.com/odia.mobilenews24x7.com/wp-content/uploads/2022/08/shree-jagannath-temple-.jpg?resize=780%2C470&ssl=1)
ପୁରୀ , ୨୭/୧୧/୨୦୨୨- ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ଦିଲ୍ଲୀର ASI ଟିମ୍ । ବିଶେଷଜ୍ଞ କମିଟିର ଗସ୍ତ ନେଇ ମନ୍ଦିର ଭିତରେ ଓ ବାହାରେ ପୂର୍ବରୁ ଭାରା ବନ୍ଧା ସରିଛି । ନାଟମଣ୍ଡପର ଗରୁଡ଼ ସ୍ତମ୍ଭ ପାର୍ଶ୍ଵ, କଲମ ତଥା ଛାତକୁ ଧରି ରଖିଥିବା ବିମରେ ୨୦୧୮ ମସିହା ଜୁନ ମାସରୁ ଫାଟ ଦେଖା ଦେଇଛି । ଏହି ଫାଟକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ନିୟୋଜିତ କୋର୍ କମିଟି ଠାବ କରିଥିଲା । ଫାଟ ସେହିଦିନରୁ ଅଧିକ ବଢୁଛି କି ନାହିଁ, ତାହାର ଯାଞ୍ଚ ପାଇଁ ଏକ କ୍ରାକ୍ ମିଟର ଲଗାଯାଇଥିଲା । ଏହି ମିଟର ଅନଲାଇନରେ ଡାଟା ସଂଗ୍ରହ କରୁଥିବା ବେଳେ ଏହାର ଯାଞ୍ଚ କରାଯିବ । ବର୍ତ୍ତମାନ ସୁଦ୍ଧା କ୍ରାକ୍ ମିଟର ଦ୍ଵାରା ବିମ୍ ଫାଟର ସ୍ଥିତି କ’ଣ ରହିଛି ତାର ତର୍ଜମା ହୋଇ ପାରିନାହିଁ । ଆଜିର ଏହି ଅନୁଧ୍ୟାନ ପରେ ASI ଟିମ୍ ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରିବେ ବୋଲି ଆଶା କରାଯାଉଛି ।