ଅନ୍ୟାନ୍ୟ
ବୁର୍ଲା ଭିସୁଟ ରାଗିଂ ଘଟଣାରେ ୭ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
![](https://i0.wp.com/odia.mobilenews24x7.com/wp-content/uploads/2022/11/VSSUT-Burla-UNIVERSITY-e1669715657936.jpg?resize=673%2C427&ssl=1)
ବୁର୍ଲା, ୨୯/୧୧/୨୦୨୨- ସମ୍ବଲପୁର ବୁର୍ଲା ଭିସୁଟ ରାଗିଂ ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରି ୭ଜଣ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ । ଘଟଣାରେ ସମ୍ପୃକ୍ତ ଥିବା ଚତୁର୍ଥ ବର୍ଷର ୩ ଛାତ୍ରଙ୍କୁ ବର୍ଷେ ଯାଏଁ କ୍ୟାମ୍ପସରୁ ବହିଷ୍କାର କରାଯାଇଛି । ସେହିପରି ଅନ୍ୟ ୪ଜଣ ଛାତ୍ରଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଆଣ୍ଟି ରାଗିଂ ସେଲ୍ ଓ ଶୃଙ୍ଖଳା କମିଟିର ମିଳିତ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ୨୩ ତାରିଖ ବିଳମ୍ବିତ ରାତ୍ରିରେ ହଷ୍ଟେଲ ଭିତରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରା ଯାଇଥିବା ଅଭିଯୋଗ ହୋଇଥିଲା ।