ବାଣିଜ୍ୟ

ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ରଚିବ ନୂଆ ଇତିହାସ

ଭୁବନେଶ୍ୱର, ୨୯/୧୧/୨୦୨୨-   ମେକ୍‍ ଇନ୍‍ ଓଡ଼ିଶାର ତୃତୀୟ ସଂସ୍କରଣ ଜରିଆରେ ପୁଞ୍ଜିନିବେଶ ନେଇ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି । ୨୦୧୬ ଏବଂ ୨୦୧୮ ପରେ ବୁଧବାରରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ର ତୃତୀୟ ସଂସ୍କରଣ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଏବଂ ନିବେଶକମାନେ ବେଶ୍‍ ଉତ୍ସାହିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ୨୦୧୬ ଏବଂ ୨୦୧୮ ପରେ ଚଳିତ ବର୍ଷ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି। ଏଥର ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏଥର ସମ୍ମିଳନୀକୁ ଆଇଟି, ଅକ୍ଷୟଶକ୍ତି, ବୟନ, ସିପିଂ, ପ୍ରସାଧନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି ଆଧାରିତ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ବିତ୍ତିୟ ବୈଷୟିକ, ନିର୍ମାଣ ଶିଳ୍ପ ଆଦି କ୍ଷେତ୍ରରେୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କାଲି ଠାରୁ ଆରମ୍ଭ ହେବ ଅତିଥିଙ୍କ ଆଗମନ । ଏମାନଙ୍କ ମଧ୍ୟରୁ ଆଦାନୀ ଗୃପର ଗୌତମ ଆଦାନୀ, ଲକ୍ଷ୍ମୀ ମିତ୍ତଲ , କୁମାର ମଙ୍ଗଳମ୍ ବିର୍ଲ୍ଲା, ନବୀନ ଜିନ୍ଦଲ ପ୍ରମୁଖ ଭୁବନେଶ୍ୱର ଆସୁଛନ୍ତି । ପ୍ରତ୍ୟେକ କ୍ଷେତ୍ରର ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ସୂଚନା ଦେବେ। ଶିଳ୍ପକୁ ପ୍ରେତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ। ଏଥିପାଇଁ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଏବଂ ଶାସନ ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।

୨୦୧୬ରେ ଅନୁଷ୍ଠିତ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀରେ ୨ଲକ୍ଷ ୩ ହଜାର୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨ଲକ୍ଷ ୨୯ହଜାର ୯୪୭ କୋଟି ଟଙ୍କାର ୫୮ଟି ପ୍ରସ୍ତାବ ପାରିତ ହୋଇଛି । ଅନୁମୋଦିତ ଶିଳ୍ପରେ ୧ଲକ୍ଷ ୪ ହଜାର ୭୬୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସେହିପରି ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍ରେି ୪ ଲକ୍ଷ ୨୩ ହଜାର ୧୧୫ କୋଟି ଟଙ୍କାର ୨୦୨ଟି ପୁଞ୍ଜନିବେଶ ପ୍ରସ୍ତାବ ଆସିଥିଲା । ସେଥିରୁ ୧୦୮ଟି ପ୍ରସ୍ତାବ ମଞ୍ଜୁରୀ ପାଇଛି। ଫଳରେ ୩ ଲକ୍ଷ୯୩ ହଜାର୫୯୭ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୨ଲକ୍ଷ୭୬ ହଜାର ୭୯୦ ଜଣ ନିଯୁକ୍ତି ପାଇବେ । ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡକୋ ଜରିଆରେ ସୃଷ୍ଟି ହୋଇଥିବା ଲ୍ୟାଣ୍ଡ ବ୍ୟାଙ୍କ ଅଧୀନରେ ୧୪ ହଜାର ୮୦୨.୧୫୦ ଏକର ଜମି ଅଧିଗ୍ରହଣ କରାଯାଇ କ୍ୟାଟେଗୋରୀ-ଏ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ୫୩ ହଜାର ୩୭୦.୫୮୫ ଏକର ଜମିକୁ ଶିଳ୍ପ ଉପଯୋଗୀ ନିମନ୍ତେ କ୍ୟାଟେଗୋରୀ-ବି ଅଧିନରେ ସଂରକ୍ଷଣ କରାଯାଇଛି । ବିଭିନ୍ନ ଜିଲ୍ଳାରେ ୧୬ଟି ନୂତନ ଶିଳ୍ପାଞ୍ଚଳ ସୃଷ୍ଟି ହୋଇଛି। ଏଥର ଶିଳ୍ପ ସମ୍ଭାବନା ପୂର୍ବାପେକ୍ଷା ବହୁ ଅଧିକ ହେବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com