ଓଡ଼ିଶା

ଅଜଣା ଟ୍ରକ ଧକ୍କାରେ ହସପିଟାଲ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

ବଲାଙ୍ଗୀର() ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ସାଗରପଡାର ହିଂମାଶୁ ସେଠ, ନିଜର ଜଣେ ସାଂଗଙ୍କ ବାହାଘରରେ ସାମିଲ ହୋଇଥିଲେ। ସଦରଥାନା ବିଡିଘାଟ ଗାଁକୁ ଯାଇଥିଲେ ବରଯାତ୍ରୀ ଦଳ। ଭୋଜିଭାତ ଖାଇବା ପରେ, ଅନ୍ୟ ତିନିଜଣ ସାଂଗଙ୍କ ସହିତ ବିଡିଘାଟ ଛକଠାରେ ଛିଡ଼ା ହୋଇଥିଲେ ହିଂମାଶୁ।
ରାତି ପ୍ରାୟ ୧୨ ଟାରେ ଏକ ଅଜଣା ଟ୍ରକ ସେମାନଙ୍କ ଉପରେ ମାଡି ଯାଇଥିଲା । ଟ୍ରକଚାପାରେ ଆସି ହିଂମାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ସାଂଗଙ୍କ ହାତ ଭାଙ୍ଗି ଯାଇଥିଲା। ଅନ୍ୟ ଦୁଇଜଣ ସାଂଗ ଅଳ୍ପକେ ବର୍ତ୍ତଯାଇଥିଲେ। ଗୁରୁତର ପ୍ରଶାନ୍ତ ନାଗଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଅଜଣା ଟ୍ରକଟି ଦ୍ରୁତ ଗତିରେ ଆସି ଏମାନଙ୍କ ଉପରେ ମାଡି ଯାଇ ଫେରାର ମାରିଥିଲା।
ଦେଓଗାଁ ଥାନା ପୁଲିସ ଶବକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ସେପଟେ ମୃତକଙ୍କ ପରିବାର ଲୋକେ, ଟ୍ରକ ଡ୍ରାଇଭରକୁ ଗିରଫ କରିବା ଦାବିରେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ହିଂମାଶୁ ନୂଆ ବାହା ହୋଇଥିବା ବେଳେ, ସେ ବାପା ମାଙ୍କର ଏକମାତ୍ର ପୁତ୍ର। ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା,ମା। ସେପଟେ ପୁଲିସ ଫେରାର ଥିବା ଟ୍ରକ ଓ ଡ୍ରାଇଭରକୁ କାବୁ କରିବା ପାଇଁ ପ୍ରୟାସ ଜାରି ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com