ଓଡ଼ିଶା

 ବଦଳିଲା ଅଙ୍ଗନୱାଡ଼ି ଖୋଲିବା ସମୟ

ଭୁବନେଶ୍ୱର 24.06.22 : ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ଆସିଛି ବଡ଼ ଖବର । ରାଜ୍ୟରେ ଥିବା ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଏଣିକି ଜୁନ୍‌ 27ରୁ ମାର୍ଚ୍ଚ 31 ମଧ୍ୟରେ ସକାଳ 9ଟାରୁ ମଧ୍ୟାହ୍ନ 2ଟା ଯାଏ ଖୋଲା ରହିବ। ସେହିପରି ଏପ୍ରିଲ ପହିଲାରୁ ଜୁନ୍‌ 26 ତାରିଖ ମଧ୍ୟରେ ସକାଳ 6ଟାରୁ 11ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ସ୍ଥିର ହୋଇଛି । ତେବେ ସ୍କୁଲ ସମୟ ସକାଳ 7ଟାରୁ 12ଟା ଓ ଖରାଦିନେ ସକାଳ 6ଟାରୁ 11ଟା ପର୍ଯ୍ୟନ୍ତ ଖୋଲିବା ଧାର୍ଯ୍ୟ କରାଯାଇଛି। ଏ ନେଇ ଗୁରୁବାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com