ଓଡ଼ିଶା

ସ୍ଥାନାନ୍ତରିତ ହେବ ୟୁନିଟ-୧ ପରିବା ହୋଲସେଲ୍‌ ମାର୍କେଟ, ବିଏମ୍‌ସିର ନିଷ୍ପତ୍ତିକୁ ସ୍ୱାଗତ କଲା କଞ୍ଚା ପରିବା ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର() ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତରିତ ହେବ ୟୁନିଟ ୧ ପରିବା ହୋଲସେଲ ମାର୍କେଟ । ସେଠାରେ ପରିବା ହୋଲସେଲ ମାର୍କେଟ ଲାଗି ଶୀତଳଭଣ୍ଡାର ଠାରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ଏଥିଲାଗି ଭଗବାନପୁରରେ ଚିହ୍ନଟ ହୋଇଛି ୧୦ ଏକର ଜମି । ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ଦୂର ପାଇଁ ନିଆଯାଇଛି ଏପରି ନିଷ୍ପତ୍ତି । ଏଥିଲାଗି ଆଜି ବିଏମସି ଅଫିସରେ ବସିଥିଲା ପ୍ରାରମ୍ଭିକ ବୈଠକ । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ବିନୟ କୁମାର ଦାସ ।

ସେପଟେ  ଭଗବାନପୁରକୁ ହୋଲସେଲ ମାର୍କେଟ ସ୍ଥାନାନ୍ତରଣ ଲାଗି ବିଏମସିର ନିଷ୍ପତ୍ତିକୁ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସ୍ୱାଗତ କରିଛି । ସଂଘର କହିବା କଥା, ୧୯୫୭ ମସିହାରୁ ୟୁନିଟ-୧ରେ ୪ଏକର ଜାଗା ଉପରେ ଅଛି ପରିବା ହୋଲସେଲ ମାର୍କେଟ । ଏବେ ଏଠାରେ ୪୯ ଜଣ ପରିବା ହୋଲସେଲ ବ୍ୟବସାୟୀ ଅଛନ୍ତି । ପ୍ରତିଦିନ ଏଠାକୁ  ସହ ସହ ଟ୍ରକ ଯିବା ଆସିବା କରୁଛି । ତେବେ ଏଠାରେ ସ୍ଥାନ ଅଭାବରୁ ପରିବା ହୋଲସେଲ ମାର୍କେଟ ସ୍ଥାନାନ୍ତର ଲାଗି ୨୦୦୭ରୁ ଦାବି କରି ଆସୁଥିଲା ସଂଘ । ଏବେ ବିଏମସି ପକ୍ଷରୁ ପରିବା ହୋଲସେଲ ମାର୍କେଟ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି ।  ଏହାସହ ପାଣି, ବିଜୁଳି, ସଡ଼କ ଭଳି ଅନ୍ୟ ଆନୁଷଙ୍ଗିକ ସୁବିଧା କଲେ ପରିବା ହୋଲସେଲ ବ୍ୟବସାୟୀ ସେଠାକୁ ସ୍ଥାନାନ୍ତର ହେବେ ବୋଲି କହିଛନ୍ତି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ୱାଇଁ ।

Related Articles

Back to top button
WP Twitter Auto Publish Powered By : XYZScripts.com