Breaking NewsFeaturedରାଜନୀତି

ଭଜନ ଲାଲ ଶର୍ମାଙ୍କୁ ସିଏମ୍ ମୁକୁଟ ଦେଇ ବିଜେପି ପୁଣି ଚମକାଇ ଦେଲା, ଦେଖନ୍ତୁ

ମୋଦିଙ୍କ ଫଣ୍ଡା । ବିଜେପିର ଜବରଦସ୍ତ ଷ୍ଟ୍ରାଟେର୍ଜି । ସାଙ୍ଗନେର୍ ବିଧାନସଭା କ୍ଷେତ୍ରରୁ ବାଜି ମାରିଥିବା ଭଜନ ଲାଲ ଶର୍ମା ହେଲେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ । ଯିଏକି ଜଣେ ବ୍ରାହ୍ମଣ ଚେହେରା । ଆଉ ଏକଦମ୍ ଫ୍ରେଶ୍ । ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୪୪ ବର୍ଷୀୟ ଭଜନଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଇ ପୁଣି ବିଜେପି ଚମକାଇ ଦେଇଛି । ଯାହା ଜଣାପଡିଛି ବିଜେପିର ଚାଣକ୍ୟ କୁହାଯାଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଗୁଡ୍ ବୁକ୍‌ରେ ରହିଥିଲେ ଭଜନ । ଏକଦମ ଯୁବ ଚେହେରା ଆଉ ପ୍ରଥମଥରରେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ଏଠାରେ କହିରଖୁଛୁ ଯେ ୩ ରାଜ୍ୟରେ ବିଜେପି ବାଜି ମାରିବା ପରେ କିଏ ହେବ ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଏନେଇ ଲାଗି ରହିଲା ସସ୍ପେନ୍ସ । ତେବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ଚମକାଇ ଦେଲା । ବାକି ରହିଥିଲା, ରାଜସ୍ଥାନ- ଯାହାକୁ ନେଇ ଖୁବ୍ କସରତ୍ କଲା ବିଜେପି । ବସୁନ୍ଧରାଙ୍କ ପାଇଁ ବଢ଼ିଗଲା ଟେନସନ । ଆଉ ଦାବିଦାର ତାଲିକାରେ ୭ରୁ ଅଧିକ ରାଜନୀତିର ତାରକା । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ଆଉ ରାଜସ୍ଥାନରେ ବି ମୋଦି ଫର୍ମୁଲା ଆପ୍ଲାଏ ହୋଇଛି । ଅସନ୍ତୁଷ୍ଟ ବସୁନ୍ଧରାଙ୍କୁ ମନାଇ ବିଜେପିର ଶୀର୍ଷ ନେତୃତ୍ୱ ଭଜନଲାଲ ଶର୍ମାଙ୍କ ମୁଣ୍ଡରେ ସୁନା କଳସ ଢାଳିଛନ୍ତି । ସବୁଠୁ ବଡ଼ କଥା ହେଲା ସେଇ ବସୁନ୍ଧରାଙ୍କ ହାତରେ ହିଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଚିଠା ରହିଥିଲା ।

ବିଜେପି ତାଙ୍କରି ହାତରେ ହିଁ ଧରାଇଥିଲା ସିଏମ୍ ନାଁ ରହିଥିବା ଚିଠା । ଆଉ ବୈଠକରେ ଯେତେବେଳେ ପର୍ଯ୍ୟବେକ୍ଷକ ତଥା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଥିଲେ, ସେତେବେଳେ ବସୁନ୍ଧରା ଉକ୍ତ ପର୍ଚି ବା ଚିଠାକୁ ବାରବାର ପଢୁଥିଲେ । ଏପରିକି ତାଙ୍କ ମୁଣ୍ଡ ଉପରେ ରାଜସ୍ଥାନର ପାରମ୍ପରିକ ପଗଡ଼ି ଯେତେବେଳେ ରଖାଗଲା ସେ ତାକୁ ତୁରନ୍ତ ବାହାର କରିଦେଇଥିଲେ । କାରଣ ସେ ଜାଣିସାରିଥିଲେ ମୁଖ୍ୟମନ୍ତ୍ରୀ ଶିରିପା ତାଙ୍କ ପାଇଁ ନୁହେଁ, ଯାହା କୁହାଯାଉଛି ତାଙ୍କୁ ବାଚସ୍ପତି କରାଇପାରେ ଦଳ ।

ଏଠାରେ ଆଉ ଗୋଟିଏ କଥା ସ୍ପଷ୍ଟ ଯେ- ସାଂସଦ ଓ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ବିଧାନସଭା ନିର୍ବାଚନରେ ଲଢ଼ାଇ ବିଜେପି ନୂଆ ରଣନୀତି କରିଥିଲା । ଯେଉଁଥିରେ ସଫଳ ହୋଇଛି ଗେରୁଆ ଦଳ । ଆଉ ଏବେ ଚର୍ଚ୍ଚାରେ ରହିନଥିବା ଓ ଏକଦମ ଫ୍ରେଶ୍ ଚେହେରାଙ୍କୁ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରି ବିଜେପି ନୂଆ ଗେମପ୍ଲାନ ଆରମ୍ଭ କରିଛି । ଛତିଶଗଡ଼ରେ ଏସଟି କାର୍ଡ, ମଧ୍ୟପ୍ରଦେଶରେ ଓବିସି କାର୍ଡ ଏବଂ ରାଜସ୍ଥାନରେ ସାଧାରଣ ବର୍ଗଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ଭାର ଅର୍ପଣ କରି ଖୁବ୍ ବାଲାନ୍ସ ପଲଟିକ୍ସ କରିଛି ବିଜେପି । ଏହାକୁ ମୋଦି ଫର୍ମୁଲା ଏବଂ ମୋଦି ମ୍ୟାଜିକ୍ ବୋଲି ବିଶାରଦମାନେ କହୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com