![](https://i0.wp.com/odia.mobilenews24x7.com/wp-content/uploads/2022/12/images-16.jpg?resize=276%2C182&ssl=1)
କର୍ଣ୍ଣାଟକ ରାଇଚୁରରେ ପ୍ରଥମ ଜିକା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜଣେ ୫ ବର୍ଷୀୟା ଝିଅ ନିକଟରେ ଏହି ଭାଇରସ୍କୁ ସୋମବାର ଚିହ୍ନଟ କରାଯାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍ ମାମଲା। ଲୋକମାନଙ୍କୁ ଭୟଭୀତ ନେହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସରକାର ଏ ନେଇ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସେ ଆଶ୍ବାସନା ଦେଇଛନ୍ତି। ଏହା ପୂର୍ବରୁ ଡିସେମ୍ବର ୮ ତାରିଖରେ ପୁଣେରେ ଏକ ଜିକା ଭାଇରସ୍ ମାମଲା ଚିହ୍ନଟ ହୋଇଥିଲା।