Featuredଅନ୍ତର୍ଜାତୀୟଜାତୀୟ

ଚୀନ ସେନାକୁ ଗୋଡ଼େଇ ପିଟିଲେ ଭାରତୀୟ ସେନା

ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ। ଗତ ୯ରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । LACରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରିଥିଲେ ଓ ଆମ ସେନା ଚୀନର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଥିଲେ ବୋଲି ରାଜନାଥ ସିଂ ଗତକାଲି ଏହା କହିଥିଲେ। ଘଟଣାର ଦିନକ ପରେ ସୋସିଆଲ୍‌ ମିଡିଆ ରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ଶତାଧିକ ସୈନିକ ସୀମାରେ ମୁହାଁମୁହିଁ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ଏକ ତାର ବାଡ଼ ନିକଟରେ ସୈନିକମାନେ ଠେଲାପେଲା ହେଉଥିବା ଭିଡିଓରେ ନଜର ଆସିଛି। ଖାଲି ସେତିକି ନୁହେଁ ବାଡ଼ିରେ ଉଭୟ ପକ୍ଷର ସୈନ୍ୟ ପରସ୍ପରକୁ ମାର୍‌ପିଟ୍ କରୁଥିବା ମଧ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com