ଜାତୀୟ
ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କଲେ ଭାରତ ଓ ଅଷ୍ଟ୍ରେଲିଆ; ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ପରିବର୍ତ୍ତନର ସମୟ

ନୂଆଦିଲ୍ଲୀ() ଅର୍ଥନୈତିକ ସମ୍ପର୍କ ଉନ୍ନତ କରିବା ଲାଗି ଆଜି ଭାରତ ଓ ଅଷ୍ଟ୍ରେଲିଆ ସ୍ବାକ୍ଷର କରିଥିବା ବାଣିଜ୍ୟ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବପୂର୍ଣ୍ଣ ପରିବତ୍ତର୍ନର ସମୟ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏତେ ସ୍ବଳ୍ପ ସମୟ ମଧ୍ୟରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାଜିନାମାରେ ସମ୍ମତ ହେବା ଦୁଇ ଦେଶ ମଧ୍ୟରେ ଥିବା ପାରସ୍ପରିକ ବିଶ୍ବାସର ପ୍ରତିପାଦନ କରୁଛି। ବାସ୍ତବିକ, ଆମ ଦ୍ବିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନର ସମୟ।
ଗତ ଅଳ୍ପ କେତେ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ୟ ଥର ପାଇଁ ଭର୍ଚ୍ୟୁଆଲ୍ ଭାବେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କୁ ଭେଟିଛନ୍ତି।
ଆଜି ମୋରିସନ୍ ମଧ୍ୟ କହିଛନ୍ତି, ଆମେ ସାମଗ୍ରିକ ତଥା ବାଣିଜ୍ୟିକ ଭାଗୀଦାରି ଘୋଷଣା କରିବା ପରଠାରୁ ଆମ ସହଯୋଗର ବେଗ ଓ ପରିମାଣ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ନୂତନ ଉପକ୍ରମରେ ଆମ ସରକାର ଘୋଷଣା କରିଥିବା ପ୍ରାୟ ୨୮୨ ନିୟୁତ ଡଲାର୍ ଆମ ପରିବର୍ଦ୍ଧିତ ସହଯୋଗ କ୍ଷେତ୍ରକୁ ବ୍ୟାପକ କରିବ।
