Featuredଜାତୀୟବାଣିଜ୍ୟ

ବାବା ରାମଦେବଙ୍କ ନୂଆ ଯୋଜନା, ବର୍ଷକରେ ପ୍ରଫିଟ ୫ ହଜାର କୋଟି

ଯୋଗ ଗୁରୁ ବାବା ରାମଦେବଙ୍କ ନୂଆ ପ୍ଲାନିଂ । ପତଞ୍ଜଳୀ ଫୁଡ୍ସ ଆସନ୍ତା ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିର ବ୍ୟବସାୟ କରିବା ନେଇ ଲକ୍ଷ ରଖିଛି । ଏହା ସହ ୫ ହଜାର କୋଟି ଟଙ୍କା ଲାଭ କରିବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି ବାବା ରାମଦେବ । ଯେଉଁଥିରେ ଏଫଏମସିଜି ପ୍ରମୁଖ ଭୂମିକା ଗ୍ରହଣ କରିବ ।

ପତଞ୍ଜଳି ଫୁଡ୍ସ ପୂର୍ବରୁ ରୁଚି ସୋୟା କମ୍ପାନୀ ନାମରେ ନାମୀତ ଥିଲା । ହେଲେ ୨୦୧୯ରେ ବାବା ରାମଦେବ ରୁଚି ସୋୟା ଇଷ୍ଟ୍ରିଜକୁ ଅଧିଗ୍ରହଣ କରିବା ପରେ ଏହାକୁ ପତଞ୍ଜଳି ଫୁଡ ଲିମିଟେଡ ନାମରେ ନାମିତ କରାଯାଇଛି । ପତଞ୍ଜଳି ମୁଖ୍ୟ ବାବା ରାମଦେବ କହିଛନ୍ତି ଯେ ପତଞ୍ଜଳି ଫୁଡ୍ସ ଏହାର ବ୍ୟବସାୟ ବିସ୍ତାର ପାଇଁ ଖାଦ୍ୟ ପଦାର୍ଥ ତଥା ଦୈନଦିନ ବ୍ୟବହାର ସାମଗ୍ରୀ ବ୍ୟବସାୟ ବୃଦ୍ଧି ସହିତ ବହୁ ପରିମାଣରେ ପାମ ତେଲ ପ୍ରସ୍ତୁତ କରି ବଜାରକୁ ଛାଡିବ ।

ଆସନ୍ତା ୫ ବର୍ଷ ମଧ୍ୟରେ ଫେଏମସିଜି କ୍ଷେତ୍ରର ବୃହତ୍ତମ କମ୍ପାନୀ ହେବା ପାଇଁ ପତଞ୍ଜଳି ଫୁଡ୍ସ ଏକ ଭିଜନ ଡକୁ୍ୟମେଣ୍ଟପ୍ରସ୍ତୁତ କରିଛି । ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ କମ୍ପାନୀ ନିଟ ଲାଭ ୮୦୬.୩୦ କୋଟିରୁ ୮୮୬.୪୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଏହାର ପ୍ରି-ଟ୍ୟାକ୍ସ ଆୟ ୧ହଜାର ୫୭୭ କୋଟି ଟଙ୍କା ଥିଲା ।

ବାବା ରାମଦେବ ଆହୁରି ମଧ୍ୟ କହିଛନ୍ତି ଯେ, ୫ ବର୍ଷର ଲକ୍ଷ ହାସଲ କରିବା ପାଇଁ କମ୍ପାନୀ ଅନେକ ନୂତନ ଉତ୍ପାଦ ଲଂଚ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ସେହିପରି ଆସନ୍ତା କିଛି ମାସ ମଧ୍ୟରେ ଆମେ ଧଳା ମଇଁଷି ଘିଅ , ପ୍ରିମିୟମ ବିସ୍କୁଟ, କୁକିଜ, ମସଲା ଏବଂ ଅନ୍ୟାନ୍ୟ ପୁଣ୍ଟିକର ପଦାର୍ଥ ମଧ୍ୟ ଲଂଚ କରିବୁ । ସେହିପରି ପାମ ବ୍ୟବସାୟକୁ ଆଗକୁ ନେବାପାଇଁ କମ୍ପାନୀ ମଧ୍ୟ ବଡ ଧରଣର ପାମ ଚାଷ କରୁଛି ।

ଦେଶର ୯ଟି ରାଜ୍ୟରେ ବ୍ୟାପିଥିବା ପ୍ରାୟ ୩୯ ହଜାର କୃଷକଙ୍କ ସହେଯାଗରେ ୬୩ ହଜାର ୮୧୬ ହେକ୍ଟର ଜମିରେ ପାମଗଛ ଲଗାଯାଇଛି । ଏହା ବ୍ୟତିତ ଅରୁଣାଚଳ ପ୍ରଦେଶର ପାସିଘାଟରେ କମ୍ପାନୀ ଏହାର ପ୍ରଥମ ତୈଳ କାରଖାନା ସ୍ଥାପନ କରୁଛି ବୋଲି କହିଛନ୍ତି ବାବା ରାମଦେବ ।

Related Articles

Back to top button
WP Twitter Auto Publish Powered By : XYZScripts.com