ବାଣିଜ୍ୟ

ଗିରଫ ହେଲା ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ୱର, ୨୩/୧୨/୨୦୨୨-   ଗିରଫ ହେଲା ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଜଗବନ୍ଧୁ ED ଦ୍ୱାରା ଗିରଫ ହୋଇଛି । ଜଗବନ୍ଧୁ ଗିରଫ ପରେ ଅର୍ଚ୍ଚନା ନାଗର ଅଡୁଆ ବଢିବାରେ ଲାଗିଛି । ଏହାସହ ପୁଣିଥରେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ED । ଏହାପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନା ଗିରଫ ହୋଇଥିଲା ।

ଏହି ମାମଲାରେ ଏଯାବତ୍ ୩ ଜଣଙ୍କୁ ED ଗିରଫ କରିଥିବା ବେଳେ ଆଗକୁ ଏହି ତାଲିକା ଆହୁରି ବଢିପାରେ ବୋଲି କୁହାଯାଉଛି । ଅର୍ଚ୍ଚନା ମାମଲାରେ ଅନେକ ବଡ ଚେହେରାଙ୍କ ସମ୍ପୃକ୍ତି ଥିବା ନେଇ ଜଣା ପଡୁଥିଲେ ମଧ୍ୟ ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁ ନ ଥିବା ନେଇ କୋର୍ଟରେ EDର ଅଧିକାରୀ କହିଥିଲେ । କିନ୍ତୁ ସବୁକିଛି କହିବି ବୋଲି ଗଣମାଧ୍ୟମ ଆଗରେ ବୟାନ ଦେଇଥିଲା ଅର୍ଚ୍ଚନା ।

Related Articles

Back to top button
WP Twitter Auto Publish Powered By : XYZScripts.com